ମୁଖ୍ୟ ଖବର

ଆସିଲା ଚିନ୍ମୟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର : ବୁର୍ଲା ପିସି ବ୍ରିଜ୍‌ ପାୱାର ଚାନେଲରୁ ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ମିଳିବା ଘଟଣାର ୪ଦିନ ପରେ ରବିବାର  ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଚିନ୍ମୟୀ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଉଲ୍ଲେଖ ରହିଥିବା ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ଗଣମାଧ୍ୟମକୁ କହିଛନ୍ତି। ତେବେ ଚିନ୍ମୟୀଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିଲେ ମଧ୍ୟ ତାହା ଆତ୍ମହତ୍ୟା କିମ୍ବା ହତ୍ୟା ସେକଥା ସ୍ପଷ୍ଟ ହୋଇନାହିଁ। ଏହି ଦିଗରେ ପୋଲିସ ତଦନ୍ତ କରୁଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ପୋଲିସ ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି। ତଦନ୍ତ ପ୍ରକ୍ରିୟାରେ ଅଧିକ ସୂଚନା ପାଇବା ପାଇଁ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିବା, ଏସ୍‌ପି କହିଛନ୍ତି । ଏପରି କି ଶନିବାର ବିଳମ୍ବିତ ରାତି ଯାଏ ଭିସୁଟ୍‌ର କିଛି ଛାତ୍ରଙ୍କ ସହିତ ୩୦ରୁ ଅଧିକ ଲୋକଙ୍କୁ ପୋଲିସ ପଚରାଉଚରା କରିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଜଣେ ଢାବା ମାଲିକ ମଧ୍ୟ ରହିଛନ୍ତି। ଏହି ଢାବାରେ ଚିନ୍ମୟୀ ଏବଂ ତାଙ୍କର ସାଙ୍ଗ ପ୍ରୀତିମାନ ଦେ ଖାଇଥିବା ସୂଚନା ମିଳିଛି। ପୋଲିସ ଢାବା ମାଲିକଙ୍କ ପାଖରୁ କିଛି ତଥ୍ୟ ଯୋଗାଡ କରିଛି।

Leave a Reply

Your email address will not be published. Required fields are marked *