ରାଜ୍ୟ

ମା ମଙ୍ଗଳା ଙ୍କ ଝାମୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


ନିମାପଡ଼ା: ଦୋଳ ପୂର୍ଣ୍ଣିମା ପରେ ଆରମ୍ଭ ହେବ ପବିତ୍ର ଚୈତ୍ରମାସ।ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆରମ୍ଭ ହେବ ଏକ ମାସ ବ୍ୟାପୀ ପ୍ରସିଦ୍ଧ ଝାମୁ ଯାତ୍ରା।୧୪ ତାରିଖ ରେ
ମନ୍ଦିର ରେ ନେତୋତ୍ସବ କରାଯାଇ ପ୍ରଥମ ପାଳି ଯାତ୍ରା ଅନୁଷ୍ଠିତ ହେବ। ଦୁଇ ବର୍ଷ ଥିବା କୋଭିଡ କଟକଣା
ହଟିବା ପରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେବା ଅନୁମାନ କରାଯାଇଛି। ମା ଙ୍କ ମନ୍ଦିର ରେ ସମସ୍ତ ପାଳି ଯାତ୍ରା ଓ ପ୍ରସିଦ୍ଧ ଝାମୁ ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେଥିନେଇ ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ କାକଟପୁର ତହସିଲଦାର ତଥା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ବିରଞ୍ଚି ନାରାୟଣ ବେହେରା ଅଧ୍ଯକ୍ଷତା କରିଥିଲେ।ଉକ୍ତ ବୈଠକରେ କାକଟପୁର ବ୍ଲକ ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନ,ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ,ମଙ୍ଗଳା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ହିମାଂଶୁ ଭୂଷଣ ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, ମାନସ କୁମାର ଦିକ୍ଷୀତ, ପ୍ରଦୀପ୍ତ କୁମାର ଦିକ୍ଷୀତ, ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, ପ୍ରଦୀପ କୁମାର ପଣ୍ଡା, ପବିତ୍ର ମୋହନ ଦିକ୍ଷୀତ, ମା ଙ୍କ ପୂଜାପଣ୍ଡା ସର୍ବେଶ୍ୱର ପାଢ଼ୀ, କାକଟପୁର ଥାନା ଏଏସଆଇ ପ୍ରମୋଦ କୁମାର ସେଠୀ, ଚମ୍ପାହାର ଦମକଳ କେନ୍ଦ୍ର ଅଧିକାରୀଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ । ଦୂର ଦୁରାନ୍ତ ରୁ ଆସୁଥିବା ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ବ୍ୟାରିକେଡ଼ ମଧ୍ୟରେ ମନ୍ଦିରର ପୂର୍ବ ଦ୍ୱାର ଦେଇ ପ୍ରବେଶ କରାଯିବ ଏବଂ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା l ସେହିପରି ଟ୍ରାଫିକ ବ୍ୟବସ୍ଥାକୁ ତ୍ବରାନିତ କରାଯିବା ସହ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯିବା,ଭକ୍ତଙ୍କ ସହାୟତା ପାଇଁ ସୂଚନା କେନ୍ଦ୍ର ଓ ମେଡିକାଲ କ୍ୟାମ୍ପ, ପାନୀୟଜଳ ର ସୁବନ୍ଦୋବସ୍ତ କରାଯିବା ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତ ମାନଙ୍କ ଉପରେ ପାଣି ସିଞ୍ଚନ କରାଯିବା ସହିତ ସମସ୍ତ ପ୍ରକାର ସହଯୋଗ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି l ରାତି ୩ଟା ଠାରୁ ମା’ଙ୍କ ନୀତିକାନ୍ତି ଆରମ୍ଭ ହୋଇ ଭୋର ପାଞ୍ଚଟା ବେଳକୁ ଦ୍ଵାର ଫିଟାଯାଇ ସାଧାରଣ ଭକ୍ତମାନଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହେବା କୁ ସ୍ଥିର ହୋଇଥିଲା।

Leave a Reply

Your email address will not be published. Required fields are marked *