ରାଜନୀତି

ନିର୍ବାଚନ ଏକ ପ୍ରହସନ ଥିଲା: ମାଣିକ ସରକାର

ଅଗରତାଲା : ତ୍ରିପୁରା ବିଧାନସଭା ନିର୍ବାଚନର ଫଳାଫଳ ଅପ୍ରତ୍ୟାଶିତ ଏବଂ ଏହି ମତଦାନ ଏକ ଫାର୍ସରେ ପରିଣତ ହୋଇଥିଲା ବୋଲି କହିଛନ୍ତି ସିପିଏମ୍‌ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର। ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପ୍ରଦର୍ଶନ ଶୂନ ଥିବାରୁ ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଇଥିଲା ଏବଂ ଭୋଟରଙ୍କ ସ୍ବାଧୀନ ମତଦାନ ଅଧିକାର ଛଡ଼ାଇ ନିଆଯାଇଥିଲା।ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଜେପି ବିରୋଧୀ ଭୋଟ୍ ବିଭାଜନକ ହେବାରୁ ଏହା ବିଜେପିକୁ ସାହାଯ୍ୟ କରିଛି। ଗୋଟିଏ କଥା ସ୍ପଷ୍ଟ ହେଉଛି, ୬୦% ଭୋଟର୍‌ ବିଜେପିକୁ ଭୋଟ୍ ଦେଇ ନାହାଁନ୍ତି। ବିଜେପି ପରିସ୍ଥିତିରୁ ଫାଇଦା ନେଇ ଜିତିଛି ବୋଲି ମାଣିକ ସରକାର କହିଛନ୍ତି।

Leave a Reply

Your email address will not be published. Required fields are marked *