ରାଜ୍ୟ

ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ଫେବୃଆରୀ ୨oରେ

ପୁରୀ : ବାଲିଗାଁ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପୁରୀ ଜିଲ୍ଲା ପିପିଲି ବ୍ଲକ ବାଲିଗାଁଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ଚଳିତ ମାଘ ଶୁକ୍ଳ ପକ୍ଷ ଏକାଦଶୀ ୨୦ ଫେବୃୟାରୀରେ ପାଳିତ ହେବା ନିମନ୍ତେ ଭକ୍ତ ଦାସିଆ ସ୍ମୃତି କମିଟି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଉକ୍ତ ସଭାରେ ଅନୁଷ୍ଠାନର ସଭାପତି ଡ. ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟଧାରାର ଖସଡା ପ୍ରସ୍ତୁତ କରାଯାଇ ଏହାର ସୁପରିଚାଳନା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ, ଭକ୍ତ ଦାସିଆ ଆଂଚଳିକ କମିଟିର ସଦସ୍ୟ, ଭକ୍ତ ଦାସିଆ ସେବା ଦଳ, ଦାସ ସଂପ୍ରଦାୟର ସଦସ୍ୟମାନଙ୍କୁ ଦାୟିତ୍ୱ ବଂଟନ କରାଯାଇଥିଲା । ପ୍ରାତଃ ସମୟରୁ ସନ୍ଧ୍ୟା ମଧ୍ୟରେ ବିଭିନ୍ନ କାର୍ଯ୍ୟଧାରା ମଧ୍ୟରେ ଭକ୍ତଙ୍କ ସମାଧୀ ପୀଠରେ ବେଦ, ଗୀତାପାଠ, ଅଖଣ୍ଡ ନାମଯଜ୍ଞ, ଶ୍ରାଦ୍ଧ ହୋମ, ସମସ୍ତ ଅଧିଷ୍ଠିତ ଦେବାଦେବୀଙ୍କୁ ନୂତନ ବସ୍ତ୍ର ପରିଧାନ, ପୁଷ୍ପ ସଜ୍ଜା, ଦିବା ୧୧ ଘଟିକାରୁ ୨ ଘଟିକା ମଧ୍ୟରେ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ସ୍ମୃତି ସଭା ଓ ଭକ୍ତମାନଙ୍କ ପ୍ରସାଦ ବିତରଣ ସହ ଭଜନ ପରିବେଷଣ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । ଉକ୍ତ ଉତ୍ସବ ନିମନ୍ତେ ସାମ୍ଭାବ୍ୟ ଖର୍ଚ୍ଚ ଆକଳନ ସହିତ ଧାର୍ମିକ, ବୈଦାନ୍ୟ ବ୍ୟକ୍ତି ବିଶେଷଙ୍କ ଅନୁଦାନ ସହିତ ସଦସ୍ୟମାନଙ୍କ ନିଜନିଜର ସ୍ୱେଚ୍ଛାକୃତ ଅନୁଦାନ ସଂଗୃହିତ ହେବାକୁ ସ୍ଥିର କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ଉପସଭାପତି ପଦବୀଟି ପୁରଣ କରାଯାଇ ଇଂ ଦେବ ନାରାୟଣ ପାଲଙ୍କ ନାମ ସର୍ବ ସମ୍ମତିକ୍ରମେ ଗୃହୀତ ହେଇଥିଲା । ଯଥା ଶୀଘ୍ର ଭକ୍ତ ଦାସିଆ ମେମୋରିଆଲ ପାଠାଗାର ନିମନ୍ତେ ଆବଶ୍ୟକୀୟ ଆଲମିରା ଓ ଷ୍ଟିଲ୍‌ ର‍୍ୟାକ୍‌ କ୍ରୟ କରାଯିବ ଓ ମନ୍ଦିର ପୂଜକମାନଙ୍କ ନିମନ୍ତେ ଏକ ସ୍ଥାୟୀ ଘର ନିର୍ମାଣ କରାଯିବାକୁ ପ୍ରସ୍ତାବ ନିଆଯାଇଥିଲା । ଉକ୍ତ ଆଲୋଚନାରେ ସ୍ମୃତି କମିଟିର ସଂପାଦକ ଡ. ଘନଶ୍ୟାମ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଡ. ଚିତ୍ତରଞ୍ଜନ ମିଶ୍ର, ସାସ୍କୃତିକ ସମ୍ପାଦକ ଆଇନଜୀବୀ ସରୋଜ କୁମାର ସାହୁ, କୋଷାଧ୍ୟକ୍ଷ ଅର୍ଜ୍ଜୁନ ଚରଣ ସାମଲ, ବରିଷ୍ଠ ସଦସ୍ୟ ଇଂ ବସନ୍ତ କୁମାର ମିଶ୍ର, ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ, ପ୍ରତାପ ଚନ୍ଦ୍ର ସିଂ, ରମେଶ ଚନ୍ଦ୍ର ପ୍ରଧାନ, ଜୟକୃଷ୍ଣ ରାଉତ, ଫଗୁ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ବିଶିଷ୍ଟ ସଙ୍ଗୀତଜ୍ଞ ଅଜୟ ଦାଶ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସୁନାମଧନ୍ୟ ଓ ଅନ୍ତର୍ଜାତିକ ବଂଶୀବାଦକ ପର୍ଶୁରାମ ଦାସଙ୍କ ସହଯୋଗରେ ମହାପ୍ରଭୁଙ୍କ ନିକଟରେ ପୁରାତନ ଭଜନ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *