ମନୋରଞ୍ଜନ

ସୁଟିଙ୍ଗ୍‌ ସମୟରେ ଅମିତାଭ ବଚ୍ଚନ ଆହତ

ମୁମ୍ବାଇ: ହାଇଦ୍ରାବାଦରେ ଆଗାମୀ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ୍‌ କେ’ର ସୁଟିଙ୍ଗ୍‌ ସମୟରେ ବଲିଉଡ୍‌ ସୁପର୍‌‌ଷ୍ଟାର୍‌ ଅମିତାଭ ବଚ୍ଚନ ଆହତ ହୋଇଛନ୍ତି।

‘ବ୍ଲଗ୍‌’ରେ ସ୍ବାସ୍ଥ୍ୟ ସଂକ୍ରାନ୍ତ ସଦ୍ୟତମ ସୂଚନା ସେୟାର୍‌ କରି ଅମିତାଭ ଲେଖିଛନ୍ତି ଯେ, ସମ୍ପ୍ରତି ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ବିଶ୍ରାମ ନେଉଛନ୍ତି।

ଫାଇଟିଙ୍ଗ୍‌ ଦୃଶ୍ୟ ଉତ୍ତୋଳନ ବେଳେ ତାଙ୍କ ଡାହାଣ ପଟ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଛି। ସେ ସୁସ୍ଥ ହେବା ପାଇଁ ଦୁଇ ସପ୍ତାହ ଲାଗିବ।  ତେଣୁ, ଚଳଚ୍ଚିତ୍ର ସୁଟିଙ୍ଗ୍‌ ବାତିଲ କରାଯାଇଛି।

ଆହତ ହେବା ପରେ ଅମିତାଭ ଡାକ୍ତରଙ୍କ ପରାମର୍ଶକ୍ରମେ ହାଇଦ୍ରାବାଦସ୍ଥିତ ‘ଏଆଇଜି ହସ୍ପିଟାଲ୍‌’ରେ ‘ସିଟି’ ସ୍କାନ୍‌ କରାଇ ମୁମ୍ବାଇ ଫେରିଆସିଥିଲେ। ଆଘାତ ଭଲ ହେବାକୁ କିଛି ସପ୍ତାହ ଲାଗିବ। ସେଥିପାଇଁ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ଅମିତାଭ ଲେଖିଛନ୍ତି, ଯନ୍ତ୍ରଣା ଉପସମ ନିମନ୍ତେ ସେ ଔଷଧ ସେବନ କରୁଛନ୍ତି। ନିଃଶ୍ବାସ ପ୍ରଶ୍ବାସ ନେବା ବେଳେ ଓ ହଲ୍‌ଚଲ୍‌ ହେଲେ କଷ୍ଟ ହେଉଛି। ତେଣୁ, କିଛି ଦିନ ପାଇଁ କାମ ବାତିଲ କରାଯାଇଛି।

ଅଧିକାଂଶ ସମୟ ଶଯ୍ୟାଶାୟୀ ରହିଲେ ବି ମ‌ୋବାଇଲ୍‌ ଫୋନ୍‌ରେ ତାଙ୍କ ସହିତ ଯୋଗାଯୋଗ କରି ହେବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆଜି ସନ୍ଧ୍ୟାରେ ‘ଜଲ୍‌ସା’ ବାହାରକୁ ଯାଇ ପ୍ରଶଂସକମାନଙ୍କୁ ଦେଖାଦେବା କଷ୍ଟକର। ତେଣୁ, ସେମାନେ ଆଜି ନ ଆସନ୍ତୁ।

କାଳ୍ପନିକ ବିଜ୍ଞାନ କାହାଣୀକୁ ଆଧାର କରି ନିର୍ମାଣ କରାଯାଉଥିବା ଚଳଚ୍ଚିତ୍ର ‘ପ୍ରୋଜେକ୍ଟ୍‌ କେ’ରେ ଅମିତାଭ ବଚ୍ଚନ, ପ୍ରଭାସ ଏବଂ ଦୀପିକା ପାଦୁକୋନ୍‌ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।

One thought on “ସୁଟିଙ୍ଗ୍‌ ସମୟରେ ଅମିତାଭ ବଚ୍ଚନ ଆହତ

  • Hi, I do thknk this is ann excellent website.
    I stumbledupon it 😉 I am going tto revisit yeet again since I book-marked
    it. Money aand freeedom is the bet wayy tto
    change, may yyou be rich annd continue tto hhelp ofher people.

    Reply

Leave a Reply

Your email address will not be published. Required fields are marked *