ରାଜନୀତି

ନବୀନ ସରକାରର ମମତା ଯୋଜନା ଏକ ବିଫଳ ଯୋଜନା;କେବଳ ଭୋଟ ପାଇଁ ଉଦ୍ଦିଷ୍ଟ


ଭୁବନେଶ୍ଵର: ନବୀନ ସରକାରଙ୍କ ମମତା ଯୋଜନା ଏକ ବିଫଳ ଯୋଜନା ଏବଂ ଏହି ଯୋଜନା କେବଳ ଭୋଟ ପାଇବା ପାଇଁ ଉଦ୍ଦିଷ୍ଟ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି। ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସରକାର ଗଢିଲେ ଗର୍ଭବତୀ ମହିଳା ମାନଙ୍କର ପ୍ରତି ମାସରେ ସମ୍ପୂର୍ଣ୍ଣ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ପ୍ରଥମ ମାସ ଠାରୁ ପ୍ରତି ଦୁଇ ମାସରେ ଟ.୫୦୦୦.୦୦(ପାଞ୍ଚ ହଜାର ଟଙ୍କା) ଲେଖାଏଁ ପ୍ରଦାନ କରିବ ଏବଂ ସମ୍ପୂର୍ଣ୍ଣ ମାଗଣାରେ ଶତ ପ୍ରତିଶତ ସୁରକ୍ଷିତ ପ୍ରସବ ସ୍କିମ ପ୍ରଚଳନ କରିବ ବୋଲି ନୂତନ ରାଜନୈତିକ ଦଳ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ( ଆଇ. ସି. ପି) ପକ୍ଷରୁ କୁହାଯାଇଛି। ନବୀନ ପାଣ୍ଡିଆନ ସରକାର୍ ଓଡ଼ିଶା ବାସୀଙ୍କର ରାଜକୋଷ ରୁ ଅପବ୍ୟୟ ଓ ଅପଚୟ କରି ଭୋଟ ନେବା ମାନସିକତାରୁ ମୁକ୍ତ ହୋଇ ଓଡ଼ିଶା ବାସୀଙ୍କର ଧନ ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ପାଇଁ ସ୍କିମ୍ ସବୁ କାର୍ଯ୍ୟକାରୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ନବୀନ ପାଣ୍ଡିଆନ ସରକାର୍ ର ଅସଲ ରୂପ ଖୋଲିବ ବୋଲି ସତର୍କ କରି ଦେଇଛନ୍ତିl
WHATSAPP No:- 9438565043

Leave a Reply

Your email address will not be published. Required fields are marked *