ମୁଖ୍ୟ ଖବର

ଦୁର୍ନୀତିର ମହାନାୟକ ଯନ୍ତ୍ରୀ ସନ୍ତୋଷ ପାତ୍ର

ଦାରିଙ୍ଗବାଡି : ଦୁର୍ନୀତି, ଭ୍ରଷ୍ଟାଚାର,ର ମହାନାୟକ ସାଜି କନ୍ଧମାଳ ଜିଲ୍ଲାର ବାଲିଗୁଡା ଡିଭିଜନରେ କୋଟି କୋଟି ଟଙ୍କାର ମିଥ୍ୟା ବିଲ କରୁଥିବା ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ ପାତ୍ର କୁ ପୂର୍ତ୍ତ ବିଭାଗରୁ ବହିଷ୍କାର କରିବାକୁ ସାଧାରଣରେ ଦାବି ହେଉଛି l ପୂର୍ତ୍ତ ବିଭାଗର ଧ୍ରୁତ ଯନ୍ତ୍ରୀ ସନ୍ତୋଷ ପାତ୍ର ଅଳ୍ପ ଦିନର ଚାକିରୀ ସମୟ ଭିତରେ ଭୁବନେଶ୍ୱର ରେ ୪ ଟି ଘର ଓ ୬ ଟି ପ୍ଲଟ କିଣିଥିନା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି l ଯନ୍ତ୍ରୀ ପାତ୍ର ନୟାଗଡ଼ ରେ ନିର୍ବାହୀ ଯନ୍ତ୍ରୀ ଥିବା ବେଳେ ରାସ୍ତା ଘାଟ ନିର୍ମାଣରେ ମିଥ୍ୟା ବିଲି କରି କୋଟି କୋଟି ଟଙ୍କା ସରକାରୀ ରାଜକୋଷ କୁ ଲୁଟ କରିଥିବା ଚର୍ଚ୍ଚା ହେଉଛି l ନୟାଗଡ ର ଜଣେ ପ୍ରଭାବ ଶାଳୀ ରାଜନେତାଙ୍କୁ ଢାଲ କରି ନୟାଗଡ ର ବିକାଶକୁ ଦିଗହରା କରିଦେଇ ଥିଲେ l ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର କିଛି ମାସ ଖୋର୍ଦ୍ଧା ଡିଭିଜନର ଦାଇତ୍ୱରେ ରହି ଏପ୍ରିଲ 2023 ମସିହାରେ ଏକ କୋଟି ଟଙ୍କା ପିସି ନେଇ ଗଞ୍ଜାମ ରେ ସାମର୍କୀୟ ନାମରେ ଚାଷ ଜମି କିଣିଥିଲେ ବୋଲି ଅଭିଯୋଗ ହେଉଛି l ଭ୍ରଷ୍ଟାଚାରୀ ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ରେ ରହି କାମ ଅପେକ୍ଷା ମିଥ୍ୟା ବିଲି ଅଧିକ କରୁଥିବାର ଅଭିଯୋଗ ହେଉଛି l ବାଲିଗୁଡା ଡିଭିଜନ ରେ ଯନ୍ତ୍ରୀ ପାତ୍ର ଆଖିବୁଝୀ ମନ ଇଚ୍ଛା ମିଥ୍ୟା ବିଲି କରୁଥିବା ର ସମାଜସେବୀ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି l ଅଧିକ୍ଷଣ ଯନ୍ତ୍ରୀ ପାତ୍ର ଅଫିସରେ ଅଧିକାଂଶ ସମୟ ରହୁନଥିବା ଅଭିଯୋଗ ହେଉଛି l ସାଇଡ ଭିଜିଟି ରେ ଅଛିକହି ଯନ୍ତ୍ରୀ ପାତ୍ର ଜଙ୍ଗଲ ଭିତରେ ଦେଶୀ ମହୁଲିରେ ସମୟକୁ ରଙ୍ଗୀନ କରୁଥିବାର ଠିକାଦାର ସନତ ମାଝୀ ଅଭିଯୋଗ କରିଛନ୍ତି l ଯନ୍ତ୍ରୀ ଅଧିକାଂଶ ସମୟ ନିଶା ରେ ବୁଡି ରହୁ ଥିବାରୁ କାହାର ଫୋନ ଉଠନ୍ତି ନାହିଁ l ବାଲିଗୁଡା ଏକ ପଛୁଆ, ଆଦିବାସୀ ଅଂଚଳ ହୋଇଥିବାରୁ ଏହାର ଫାଇଦା ଯନ୍ତ୍ରୀ ପାତ୍ର ନେଉଛନ୍ତି l ଯନ୍ତ୍ରୀ ପାତ୍ର ଏବେ ସବୁ ସହକାରୀ ଯନ୍ତ୍ରୀ ମାନଙ୍କୁ ମୋଟା ଅଙ୍କର ପିସି ଦେବାକୁ ତାଗିଦ କରିଛନ୍ତି କାରଣ ପୂର୍ତ୍ତ ସଚିବ ଓ ଯୁଗ୍ମ ସଚିବ ରାଉତ ବାବୁଙ୍କୁ ଟଙ୍କା ବ୍ୟାଗ ଦେଇ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେବେ ବୋଲି କହି ହେଉଛନ୍ତି l ପିସି ଖିଆ ବାଲିଗୁଡା ର ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ ପାତ୍ର ସୁନା ପ୍ରିୟ ହୋଇ ଥିବାରୁ କଳା ଟଙ୍କାରେ ପ୍ରାୟ ୬ କିଲୋ ସୁନା ରଖି ଭିଜିଲାନ୍ସ ନଜର ରୁ ଖସି ଯିବାର ଉପାୟ କରିଛନ୍ତି l ଅନ୍ୟାୟ, ଅନୀତି ର ଚରମ ସୀମା ଟପିଥିବା ଯନ୍ତ୍ରୀ ପାତ୍ରଙ୍କ ଆହୁରି ଲୋମ ଟାଙ୍କୁରା ତଥ୍ୟ ହସ୍ତ ଗତ ହେବାରେ ଲାଗିଛି l କ୍ରମଶଃ…

Leave a Reply

Your email address will not be published. Required fields are marked *