ଦେଶ- ବିଦେଶ

ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ | ହଠାତ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି | ଏହି କାରଣରୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ କରିପାରିବେ ନାହିଁ। ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ମାତ୍ରେ ସେ ଏହି ଯାତ୍ରାର ସାମିଲ ହେବେ।ସୋସିଆଲ ମିଡିଆରେ ପ୍ରିୟଙ୍କା ଗାନ୍ଧୀ ଲେଖିଛନ୍ତି ଯେ, ‘ମୁଁ ବହୁତ ଉତ୍ସୁକତାର ସହିତ ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଉତ୍ତରପ୍ରଦେଶରେ ପହଞ୍ଚିବାକୁ ଅପେକ୍ଷା କରିଥିଲି | କିନ୍ତୁ ଅସୁସ୍ଥତା ହେତୁ ମୋତେ ଆଜି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା। ମୋର ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ଉନ୍ନତି ହେବା ମାତ୍ରେ ମୁଁ ଏହି ଯାତ୍ରାରେ ଯୋଗଦେବି | ସେପର୍ଯ୍ୟନ୍ତ ଯାତ୍ରାରେ ସାମିଲ ହେଉଥିବା ସମସ୍ତ ଯାତ୍ରୀ, ଉତ୍ତରପ୍ରଦେଶରେ ଥିବା ମୋର ସହକର୍ମୀ ଏବଂ ପ୍ରିୟ ଭାଇ-ଭଉଣୀମାନଙ୍କୁ ଶୁଭକାମନା ଜଣାଉଛି |

Leave a Reply

Your email address will not be published. Required fields are marked *