ଅପରାଧ

ବନ ବିଭାଗର ସ୍କର୍ପିଓ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନାର ୧୪୩ ନଂ ଜାତୀୟ ରାଜପଥର ମୂଷାପୋଷ ନିକଟରେ ବନବିଭାଗ ସ୍କର୍ପିଓ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଗାଡ଼ିଟି ଫେରାର ହୋଇଯାଇଥିଲା। ଗାଡ଼ିରେ ବନ ବିଭାଗର ଅଧିକାରୀ ବସିଥିବା ଚର୍ଚ୍ଚା ହେଉଛି।ଏହି ଗାଡ଼ିଟି ରାଉରକେଲା ବନ ବିଭାଗରେ ନିୟୋଜିତ ଥିବା ଜଣାପଡ଼ିଛି। ଘଟଣାକୁ ଚପାଇ ଦେବା ଲାଗି ଚେଷ୍ଟା ଚାଲିଛି ବୋଲି ଚର୍ଚ୍ଚା ହେଉଛି।  ଏନେଇ ଚାନ୍ଦିପୋଷ ଥାନାକୁ ଯୋଗାଯୋଗ କରିଥିବା ବେଳେ ଥାନା ଅଧିକାରୀ  ଛୁଟିରେ ଅଛନ୍ତି କହିଥିଲେ।

Leave a Reply

Your email address will not be published. Required fields are marked *