ମୁଖ୍ୟ ଖବର

ଯୋଜନା ନାଁରେ ଡାହା ମିଛ ପ୍ରଚାର କରୁଛନ୍ତି ସରକାର

ବାରିପଦା :ଯୋଜନା ନାଁରେ ଡାହା ମିଛ ପ୍ରଚାର କରୁଛନ୍ତି ରାଜ୍ୟ ସରକାର! ନିର୍ବାଚନ ପୂର୍ବରୁ ଭୋଟ୍‌ ହାତେଇବା ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ସାଧାରଣ ଲୋକଙ୍କୁ ମିଛ କଥା କହି ଭୂଆଁ ବୁଲାଇଛନ୍ତି। କେଉଁଠି ଯୋଜନାର ନାଁ ଗନ୍ଧ ନାହିଁ ତ ଆଉ କେହି କେହି ଯୋଜନାର ଲାଭ ପାଇନାହାଁନ୍ତି। କିନ୍ତୁ ତୁଚ୍ଛା ବାହାବା ସାଉଁଟିବା ପାଇଁ ସଂପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ନାଁରେ ମିଥ୍ୟା ତଥ୍ୟ ସହ ପ୍ରଚାର ପୁସ୍ତିକା ବାଣ୍ଟି ଅପପ୍ରଚାର ଚଳାଇଛନ୍ତି ରାଜ୍ୟ ସରକାର। ଯାହାର ପ୍ରମାଣ କଟକ ଓ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି।

ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ ବଡ଼ କୁଲେଇବିରା ଗାଁର କୁନ୍ଦନ ମୁଣ୍ଡା। ସେ ନିଜସ୍ୱ ଅର୍ଥରେ ଗୋଟିଏ ଧୂପକାଠି ପ୍ରସ୍ତୁତି ମେସିନ୍‌ କିଣିଛନ୍ତି। ଗତ ୮ ମାସ ହେଲା ସେ ଧୂପକାଠି ତିଆରି କରି ବିକ୍ରି କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଟଙ୍କାଟିଏ ଦେଇନାହାନ୍ତି। ହେଲେ ରାଜ୍ୟ ସରକାରଙ୍କ ‘ନବୀନ ଓଡ଼ିଶା, ଆମ ଓଡ଼ିଶା’ ପ୍ରଚାର ପୁସ୍ତିକାରେ କୁନ୍ଦନ ମୁଣ୍ଡାଙ୍କ ନାଁ ରହିଛି। ସେଥିରେ ଦର୍ଶାଯାଇଛି, ସେ କୁଆଡ଼େ ମା’ ଦୁର୍ଗା SHGରୁ ଲକ୍ଷେ ଟଙ୍କା ଋଣ ନେଇ ଧୂପକାଠି ମେସିନ କିଣିଛନ୍ତି। ରାଜ୍ୟ ସରକାରଙ୍କ ଏହି ମିଛ ପ୍ରଚାରକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *