ସମ୍ବଲପୁର ନେତା ଯାଇପାରୁନାହାନ୍ତି ଲୋକସଭା
ସମ୍ବଲପୁର: ଲୋକସଭା କ୍ଷେତ୍ରର ନାମ ସମ୍ବଲପୁର। ମାତ୍ର ବହୁତ କମ୍ ସମ୍ବଲପୁରିଆ ନେତା ଏହି ଆସନରୁ ସଂସଦରେ ପାଦ ଥାପିବାକୁ ସକ୍ଷମ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୧୭ ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ହେଲେ ଜିଲ୍ଲା ବିଭାଜନ ପରେ ଏହି ଆସନରୁ ଜଣେ ବି ସମ୍ବଲପୁରିଆ ନେତାଙ୍କୁ ନିର୍ବାଚିତ ହେବା ଭାଗ୍ୟରେ ଜୁଟି ନାହିଁ। ଶେଷ ଥର ପାଇଁ ୧୯୮୯ ମସିହା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭବାନୀଶଙ୍କର ହୋତା ଏହି ଆସନରୁ ଲୋକସଭାରୁ ନିର୍ବାଚିତ ହୋଇଥିଲେ। ସେ ସମୟରେ ଲୋକସଭା ଭଙ୍ଗ ହେବାରୁ ସେ ୫ ବର୍ଷିଆ କାର୍ଯ୍ୟକାଳ ପୂରଣ କରିପାରିନଥିଲେ। ୧୯୯୧ ମସିହା ନିର୍ବାଚନରେ ଯଦିଓ ପୁଣି ଥରେ ସେ ପ୍ରାର୍ଥୀ ହୋଇଥିଲେ ବରଗଡ଼ିଆ ନେତା କଂଗ୍ରେସ ପ୍ରାର୍ଥୀ କୃପାସିନ୍ଧୁ ଭୋଇଙ୍କ ଠାରୁ ପରାଜିତ ହୋଇଥିଲେ। ଭବାନୀଶଙ୍କର ହୋତାଙ୍କ ପୂର୍ବରୁ ୧୯୭୧ ମସିହା ନିର୍ବାଚନରେ ସମ୍ବଲପୁରର ବନମାଳୀ ବାବୁ ଏହି ଆସନରୁ ପ୍ରତିନିଧିତ୍ବ କରିଥିଲେ। ୧୯୭୭ ମସିହା ନିର୍ବାଚନରେ ଗଣନାଥ ପ୍ରଧାନ ଏବଂ ୧୯୮୦, ୧୯୮୪, ୧୯୯୧ ଓ ୧୯୯୬ ମସିହା ନିର୍ବାଚନରେ କୃପାସିନ୍ଧୁ ଭୋଇ ଏହି ଆସନରୁ ଲୋକସଭାକୁ ଯାଇଛନ୍ତି। ଅର୍ଥାତ୍ ସମ୍ବଲପୁର ଲୋକସଭା ଆସନରୁ ସର୍ବାଧିକ ୪ ଥର ନିର୍ବାଚିତ ହେବାର ବିରଳ ରେକର୍ଡ ମଧ୍ୟ କୃପାସିନ୍ଧୁ ଭୋଇଙ୍କ ନାମରେ ରହିଛି।ବିଜୁ ଜନତା ଦଳ ଗଠନ ପରେ ସମ୍ବଲପୁର ଲୋକସଭାରୁ କ୍ରମାଗତ ୨ ଥର ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ତଥା ବରଗଡ଼ ମୂଳନିବାସୀ ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି। ଲୋକସଭା କ୍ଷେତ୍ର ପୁନର୍ଗଠନ ପରେ ବରଗଡ଼ ଜିଲ୍ଲା ସମ୍ବଲପୁର ଲୋକସଭା କ୍ଷେତ୍ରରୁ ଅଲଗା ହୋଇଯାଇଥିଲା। ଏପଟେ ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାର ଦୁଇଟି ବିଧାନସଭା କ୍ଷେତ୍ର ଆଠମଲ୍ଲିକ ଓ ଛେଣ୍ଡିପଦା ସମ୍ବଲପୁର ଲୋକସଭା କ୍ଷେତ୍ର ସହିତ ସାମିଲ ହୋଇଥିଲା। ପୁନର୍ଗଠନ ପରେ ଅନୁଷ୍ଠିତ ୨୦୦୯ ମସିହା ନିର୍ବାଚନରେ ମଧ୍ୟ ସମ୍ବଲପୁରର କୌଣସି ନେତା ଏହି ଆସନରୁ ଲୋକସଭାକୁ ଯିବାକୁ ସକ୍ଷମ ହୋଇନାହାନ୍ତି। ଅନ୍ୟ ଏକ ଉଲ୍ଳେଖନୀୟ ଘଟଣାକ୍ରମରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ଯୋଗୁ ୨୦୦୯ ମସିହା ନିର୍ବାଚନରେ ବିଜେଡି ବିରୋଧରେ ବିଜେପି ପ୍ରାର୍ଥୀ ଦେଇଥିଲା। ଏହି ନିର୍ବାଚନରେ ସମ୍ବଲପୁରର ଦୁଇ ଜଣ ନେତା ବିଜେପିରୁ ସୁରେନ୍ଦ୍ର ଲାଠ ଓ ବିଜେଡିରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିଲେ ହେଁ ଅନୁଗୁଳିଆ ନେତା କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନଙ୍କ ଠାରୁ ପରାସ୍ତ ହୋଇଥିଲେ। ସୁରେନ୍ଦ୍ର ଓ ରୋହିତ ସମ୍ବଲପୁର ଜିଲ୍ଲାର ଲୋକ ହୋଇଥିଲେ ବି ଏଠାରୁ ଅମରନାଥ ପ୍ରଧାନଙ୍କୁ ଭଲ ସମର୍ଥନ ମିଳିଥିଲା। ୨୦୧୪ ମସିହା ନିର୍ବାଚନରେ ସମ୍ବଲପୁରର ଅନ୍ୟ ଜଣେ ଟାଣୁଆ ନେତା ସୁରେଶ ପୂଜାରୀ ପ୍ରାର୍ଥୀ ହୋଇଥିଲେ ହେଁ ଅନୁଗୁଳିଆ ନେତା ବିଜେଡି ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ବିଜୟୀ ହୋଇଥିଲେ। ଅମରନାଥଙ୍କୁ ଏଥର ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ମତାଦାତାଙ୍କ ବିପୁଳ ସମର୍ଥନ ନଗେନ୍ଦ୍ରଙ୍କ ବିଜୟର ପ୍ରମୁଖ କାରଣ ଥିଲା।ଅନ୍ୟ ଜଣେ ଅନୁଗୁଳିଆ ନେତା ନଳିନୀକାନ୍ତ ପ୍ରଧାନଙ୍କୁ ଛେଣ୍ଡିପଦା ଓ ଆଠମଲ୍ଳିକରୁ ବିପୁଳ ସମର୍ଥନ ମିଳିଥିଲେ ବି ୨୦୧୯ ମସିହା ନିର୍ବାଚନରେ ଦେବଗଡ଼ ରାଜା ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜୟୀ ହୋଇଥିଲେ। ବଲାଂଗୀରରୁ ଆସି ସମ୍ବଲପୁରରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶରତ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଥିଲେ। ବର୍ତ୍ତମାନର ରାଜନୈତକ ଦୃଶ୍ୟପଟକୁ ଦେଖିଲେ ଆଉ ଅଳ୍ପ ଦିନ ପରେ ହେବାକୁ ଥିବା ୨୦୨୪ ମସିହା ନିର୍ବାଚନରେ ପ୍ରମୁଖ ରାଜନୈତିକ ଦଳରୁ ସମ୍ବଲପୁରିଆ ନେତାଙ୍କୁ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ଟିକଟ ମିଳୁନଥିବାରୁ ଲୋକ ଅନ୍ୟ ଜଣେ ଅନୁଗୁଳିଆ ନେତା ନଳିନୀକାନ୍ତ ପ୍ରଧାନଙ୍କୁ ଛେଣ୍ଡିପଦା ଓ ଆଠମଲ୍ଳିକରୁ ବିପୁଳ ସମର୍ଥନ ମିଳିଥିଲେ ବି ୨୦୧୯ ମସିହା ନିର୍ବାଚନରେ ଦେବଗଡ଼ ରାଜା ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜୟୀ ହୋଇଥିଲେ। ବଲାଂଗୀରରୁ ଆସି ସମ୍ବଲପୁରରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶରତ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଥିଲେ। ବର୍ତ୍ତମାନର ରାଜନୈତକ ଦୃଶ୍ୟପଟକୁ ଦେଖିଲେ ଆଉ ଅଳ୍ପ ଦିନ ପରେ ହେବାକୁ ଥିବା ୨୦୨୪ ମସିହା ନିର୍ବାଚନରେ ସମ୍ବଲପୁର ନେତା ମାନଙ୍କ ନାମ ଚର୍ଚ୍ଚା ହେଉନାହିଁ l ବାହାର ଜିଲ୍ଲା ନେତା ମାନେ ଆସି ସାଂସଦ ପ୍ରାଥୀ ହେବାକୁ ମନ ବଳେଇଲେଣି କିନ୍ତୁ ସମ୍ବଲପୁର ନେତା ମାନେ ଆମଦାନୀ ନେତା ମାନଙ୍କୁ ଏବେଠାରୁ ବିରୋଧ କରିଲେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହେବ l ବିଜେଡି, ବିଜେପି, କଂଗ୍ରେସ ଦଳ ପକ୍ଷରୁ ସମ୍ୱଲପୁର ନେତା ମାନଙ୍କୁ ଲୋକସଭା ପ୍ରାଥୀ କରିଲେ ଜିଲ୍ଲାର ବିକାଶ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି l