ରାଜନୀତି

ଭାରତୀୟ ଜନତା ପାର୍ଟି ଗଣତନ୍ତ୍ରର ହତ୍ୟାକାରୀ : ଆଇସିପି

ଭୁବନେଶ୍ୱର :- ରାଜନୈତିକ ଦଳ ଗୁଡିକ ପାଇଁ ଅନୁଦାନ ସଂଗ୍ରହ ନିମନ୍ତେ ବିଜେପି ନରେନ୍ଦ୍ର ମୋଦି ସରକାର କରିଥିବା ନିର୍ବାଚନ ବଣ୍ଡ( ଇଲେକ୍ଟୋରାଲ ବଣ୍ଡ) ଯୋଜନାକୁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଅସାମ୍ବିଧାନିକ ଘୋଷଣାକୁ ଇଣ୍ଡିଆନ ସିଟିଜେନସ ପାର୍ଟି ସ୍ୱାଗତ କରିଛି। ଏଥି ସହିତ ମାନ୍ୟବର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଇଣ୍ଡିଆନ ସିଟିଜେନସ ପାର୍ଟି ଦାବି କରିଛି। ଇଣ୍ଡିଆକୁ ଏକ କାଙ୍ଗାଳ ରାଜ୍ୟରେ ପରିଣତ କରିବା ପାଇଁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକ୍ରମ ଗୁଡିକ ପ୍ରମାଣିତ କରୁଛି।୧୯୯୧ ମସିହାରେ ସାଂସଦ ବିଧାୟକ ବିଧାୟିକା ମାନଙ୍କୁ ପେନସନ ଓ ଫାମିଲି ପେନସନ ଦେବା, ବିଚାର ବିଭାଗକୁ ରାଜନୀତିକରଣ କରିବା, ନିର୍ବାଚନ କମିଶନ ଙ୍କୁ ପକ୍ଷପାତି କରିବା ଏବଂ ଇଲେକ୍ଟୋରାଲ ବଣ୍ଡ ପ୍ରଚଳନ କରି କେବଳ ବିଜେପି ଦଳ ପାଇଁ ପାଣ୍ଠି ସଂଗ୍ରହ କରିବା ସୁଗମ କରି ଅନ୍ୟସବୁ ରାଜନୈତିକ ଦଳ ଗୁଡିକୁ ନଂପୁସକ କରିବା ଏବଂ ଚଣ୍ଡୀଗଡ଼ ପୌର ନିର୍ବାଚନରେ ହେର ଫେର କରି ଗଣତନ୍ତ୍ର କୁ ହତ୍ୟା କରିବା ପାଇଁ ଭାରତୀୟ ଜନତା ପାର୍ଟି ର ଚକ୍ରାନ୍ତ ପଦାରେ ପଡି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦିଅନ୍ତୁ ଏବଂ ଭାରତୀୟ ଜନତା ପାର୍ଟି କୁ ଦେଶବାସୀ ଅଗଣତାନ୍ତ୍ରିକ ଘୋଷଣା କରନ୍ତୁ ଏବଂ ବର୍ଜନ କରନ୍ତୁ ଇଣ୍ଡିଆନ ସିଟିଜେନସ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *