ଦେଶ- ବିଦେଶ

ରାଏବରେଲିରେ ରାହୁଲ ଗାନ୍ଧିଙ୍କୁ କଳାପତାକା

ରାଏବରେଲି :  ୟୁପିର ରାଏବରେଲିରେ କଂଗ୍ରେସର ନ୍ୟାୟଯାତ୍ରା ପହଞ୍ଚିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଯୁବକମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଯୁବକଙ୍କୁ ନିଶାଶକ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସେପଟେ ରାଏବରେଲିରେ  ରାହୁଲଗାନ୍ଧିଙ୍କ ପଥପ୍ରାନ୍ତ ସଭା ସମୟରେ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି ।ସୂଚନା ଅନୁସାରେ ରାୟବରେଲିରେ ରାହୁଲ ଗାନ୍ଧିଙ୍କ ନ୍ୟାୟଯାତ୍ରା ସମୟରେ ବିଜେପି କର୍ମୀମାନେ ତାଙ୍କୁ ପ୍ରବଳ ବିରୋଧ କରିଥିଲେ । ଏହା ପରେ କଂଗ୍ରେସ କର୍ମୀମାନେ ବି ବିଜେପି କର୍ମୀମାନଙ୍କୁ ବିରୋଧ କରିଥିଲେ । ଫଳରେ କିଛି ସମୟ ଧରି ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ।  ଏହା ପୂର୍ବରୁ ରାହୁଲ ଗାନ୍ଧି ସୁଲତାନପୁର ସାଂସଦ ବିଧାୟକ କୋର୍ଟରୁ ଜାମିନ ପାଇ ଫୁରସତଗଞ୍ଜରେ ପହଞ୍ଚିଥିଲେ, ଯେଉଁଠାରୁ ତାଙ୍କ ଯାତ୍ରା ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଆରମ୍ଭ ହୋଇଥିଲା। ରାହୁଲଙ୍କ ନ୍ୟାୟ ଯାତ୍ରା ଫୁରସତଗଞ୍ଜ ଦେଇ ରାଏବରେଲିରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *