ଦେଶ- ବିଦେଶ

ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଆଗକୁ ସଧାରଣ ନିର୍ବାଚନ ଥିବାରୁ ଦିନକୁ ଦିନ ରାଜନୈତିକ ଉଷ୍ମତା ବଢିଚାଲିଛି । ତେବେ ସମସ୍ତଙ୍କ ନଜର ଏବେ ନିର୍ବାଚନ କମିସନଙ୍କ ଉପରେ ରହିଛି, ଯେ କେବେ ନିର୍ବାଚନ ତାରିଖ ଘୋଷଣ ହେବ ? ନ୍ୟୁଜ-୧୮ର ଏକ ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୩ ପରେ ଯେ କୌଣସି ଦିନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିସନ । ନିର୍ବାଚନ ପ୍ରସ୍ତୁତିର ଆକଳନ କରିବା ପାଇଁ ଏବେ କମିସନଙ୍କ ଟିମ୍ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଏବଂ ମାର୍ଚ୍ଚ ୧୩ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ଏହି କ୍ରମରେ ସେ ଗତ ସପ୍ତାହରେ ଭୁବନେଶ୍ବର ମଧ୍ୟ ଆସିଥିଲେ ।

ସୂଚନା ଅନୁସାରେ ନିର୍ବାଚନ କମିସନ ୬ କିମ୍ବା ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ କରିପାରନ୍ତି । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ ଭଳି ରାଜ୍ୟରେ ଦୁଇ କିମ୍ବା ଅଧିକ ପର୍ଯ୍ୟାୟରେ ନିର୍ବାଚନ ହେବ। ତାମିଲନାଡୁ, କେରଳ, ଗୁଜରାଟ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ।

ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ନିର୍ବାଚନ କମିସନ ଜମ୍ମୁ–କଶ୍ମୀର ଗସ୍ତ ସହ ଲୋକସଭା ନିର୍ବାଚନ ପାଇଁ ନିଜର ଗସ୍ତ କାର୍ଯ୍ୟକ୍ରମ ଶେଷ କରିବେ। ଜମ୍ମୁ–କଶ୍ମୀର ଗସ୍ତ ପରେ ନିର୍ବାଚନ କମିସନ ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କରିବେ ଏବଂ ତା‘ପରେ ପର୍ଯ୍ୟାୟ ନିର୍ଦ୍ଧାରଣ କରିବେ।

Leave a Reply

Your email address will not be published. Required fields are marked *