ରାଜନୀତି

୨୬ରେ ସଚିବାଳୟ ଘେରାଉ କରିବ କଂଗ୍ରେସ

ବାଲେଶ୍ୱର, : ବାଲେଶ୍ୱର ସହର ସିନେମା ଛକସ୍ଥିତ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି ଉପସ୍ଥିତ ରହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ରମାଗତ ଭାବେ ଠକି ଆସୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ନିଜର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ଖଣି, ପାଣି, ଚିଟ୍‌ଫଣ୍ଡ ଦୁର୍ନୀତିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟସେବା ଓ ନିଯୁକ୍ତି କ୍ଷେତ୍ରରେ ସରକାର ଲୋକଙ୍କୁ ସେବା ଦେବାରେ ବିଫଳ ହୋଇସାରିଛନ୍ତି।

ତେଣୁ ଉଭୟ ସରକାରଙ୍କ ବିରୋଧରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆସନ୍ତା ୨୬ ତାରିଖରେ ଦଳର କର୍ମୀମାନେ ରାଜ୍ୟ ସଚିବାଳୟ ଘେରାଉ କରିବେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଉଲ୍ଲେଖ କରିବା ସହ ଏହି ଘେରାଉରେ ବାଲେଶ୍ୱର ଜିଲାରୁ ମୋଟ ୩ ହଜାର କର୍ମୀ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଜିଲା ଅଧ୍ୟକ୍ଷ ବିକାଶ ଦାସ ଏବଂ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ନବ ପ୍ରସାଦ ଭୂୟାଁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *