ଦେଶ- ବିଦେଶ

ମୁସଲିମ ବିବାହ-ଛାଡପତ୍ର ଆଇନକୁ ରଦ୍ଦ କଲେ ଆସାମ ସରକାର

ଡେରାଡୂନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ସରକାର ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) କୁ ସବୁଜ ସଙ୍କେତ ଦେବା ପରେ ଏହି ଦିଗରେ ପ୍ରଥମ ପଦକ୍ଷେପ ନେଇଛନ୍ତି। ଆସାମରେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନ ୧୯୩୦କୁ ରଦ୍ଦ କରାଯାଇଛି। ଶୁକ୍ରବାର (୨୪ ଫେବୃଆରୀ) ରାତିରେ ଏହି ଆଇନକୁ ରଦ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଥିଲା। କ୍ୟାବିନେଟ ମନ୍ତ୍ରୀ ଜୟନ୍ତ ବରୁଆ ଏହାକୁ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଆଡକୁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି, “ଆମ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି ଯେ ଆସାମ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବ। ଏହା ଅନ୍ତର୍ଗତ ଆମେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ଆଇନକୁ ରଦ୍ଦ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଆସାମ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟରେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ଆଇନକୁ ପ୍ରତ୍ୟାହାର କରିନେଇଛି। ଆଇନ୍ ଅନୁଯାୟୀ ବର ଏବଂ କନ୍ୟାଙ୍କର ଆଇନଗତ ବୟସ ୧୮ ଏବଂ ୨୧ ନଥିଲେ ମଧ୍‌ୟ ପୁରୁଣା ବ୍ୟବସ୍ଥାରେ ବିବାହ ପଞ୍ଜିକରଣକୁ ଅନୁମତି ଦେଇଥିବା ବ୍ୟବସ୍ଥା ଅନ୍ତର୍ଭୁକ୍ତ ଥିଲା। ଆସାମରେ ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଲଗାଇବା ଦିଗରେ ଏହି ନିଷ୍ପତ୍ତି ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କ୍ୟାବିନେଟ ମନ୍ତ୍ରୀ ଜୟନ୍ତ ବରୁଆ କହିଛନ୍ତି, ଆସାମ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ଆଇନ ୧୯୩୫ ଆଧାରରେ ୯୪ ଜଣ ମୁସଲମାନ ରେଜିଷ୍ଟ୍ରାର ବର୍ତ୍ତମାନ ସୁଦ୍ଧା ରାଜ୍ୟ‌େୀ ମୁସଲମାନ ବିବାହ ପଞ୍ଜିକରଣ ଏବଂ ଛାଡପତ୍ର କରୁଥିଲେ। ତେବେ ଏହାକୁ ରଦ୍ଦ କରି ଦିଆଯାଇଛି। ଏହି ନିୟମକୁ ହଟାଇ ଦିଆ ଯାଇଛି। ଏବେ ଏହି ଅଧିନିୟମ ଦ୍ବାରା ମୁସଲିମ ବିବାହ କିମ୍ବା ଛାଡପତ୍ର ପଞ୍ଜିକରଣ ଆଉ ସମ୍ଭବ ହେବ ନାହିଁ। ଆମର ଏକ ସ୍ୱତନ୍ତ୍ର ବିବାହ ଆଇନ ଅଛି, ତେଣୁ ଆମେ ଚାହୁଁ ଯେ ସମସ୍ତ ବିବାହ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ କରାଯାଉ।

Leave a Reply

Your email address will not be published. Required fields are marked *