ଦେଶ- ବିଦେଶ

ଆନ୍ଧ୍ର ବିଧାନସଭା ନିର୍ବାଚନ: ଟିଡିପି ୧୫୧, ଜନସେନା ୨୪ ଆସନରେ ଲଢ଼ିବ

ବିଶାଖାପାଟଣା: ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି ନେତା ପୱନ କଲ୍ୟାଣ ଆଗାମୀ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ୧୧୮ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ ମଧ୍ୟରୁ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ୧୫୧ ଆସନରେ ଲଢ଼ିବ ଏବଂ ଜନସେନା ବାକି ୨୪ଟି ଆସନରେ ଲଢ଼ିବ। ତେବେ ଯଦି ବିଜେପି ମେଣ୍ଟରେ ସାମିଲ ହେବାକୁ ନିଷ୍ପତ୍ତି ନିଏ ତେବେ ଏହାକୁ କିଛି ଆସନ ଦିଆଯିବ ବୋଲି ଦୁଇ ନେତା କହିଛନ୍ତି। ଟିଡିପି-ଜନସେନା ମେଣ୍ଟ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନାଇଡୁ କହିଛନ୍ତି ଯେ ଏହା ଏକ ମହାନ ପ୍ରୟାସ ଦିଗରେ ପ୍ରଥମ ପଦକ୍ଷେପ। ବର୍ତ୍ତମାନ ସମ୍ଭାବ୍ୟ ନିର୍ବାଚନ ପୂର୍ବ ମେଣ୍ଟ ପାଇଁ ବିଜେପି ସହ ବି ଆଲୋଚନା ଚାଲିଛି। ଟିଡିପିର ତାଲିକାରେ ଥିବା ୯୪ ଜଣଙ୍କ ମଧ୍ୟରେ ୨୩ ଜଣ ନବାଗତ ଅଛନ୍ତି। ଚଳିତ ବର୍ଷ ଆନ୍ଧ୍ରପ୍ରଦେଶରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନରୁ ଜନସେନା ୩ଟି ଆସନରେ ଲଢ଼ିବ।

Leave a Reply

Your email address will not be published. Required fields are marked *