ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା
କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ମଝି ଚିଲିକାରେ ଡଙ୍ଗା ଫସି ରହିଥିଲା। ଡଙ୍ଗାରେ ୩୦ ଜଣ ଯାତ୍ରୀ ଓ ୮ଟି ବାଇକ ଥିବା ଜଣାପଡିଛି। ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ସକାଳ ୯ଟା ୪୦ ମିନିଟରେ ସାତପଡ଼ା ଅଭିମୁଖେ ଯାତ୍ରା କରିଥିଲା। ହେଲେ ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଡଙ୍ଗାଟି ଫସି ରହିଥିଲା। ଡଙ୍ଗାରେ ଥିବା ଯାତ୍ରୀମାନଙ୍କୁ ପରେ ଅବଶ୍ୟ ଉଦ୍ଧାର କରାଯାଇଥିଲା।