ରାଜ୍ୟ

ବାଜପୁର ଗାଁ ରୁ ହରିଣ ଉଦ୍ଧାର


ନିମାପଡା: ଧୀରେ ଧୀରେ ଜନସଂଖ୍ୟା ବୃଦ୍ଧି ଓ ଶୁନଶାନ ଜାଗାକୁ ମନୁଷ୍ୟ ଆପଣାଇବା, ଚାରିଆଡେ ବଣ ଜଙ୍ଗଲ କୁ କାଟି ସବୁଜ ବଳୟ କୁ ଭାଙ୍ଗି ଇଟା,ପଥର କାନ୍ଥ ରେ ଗୃହ ଓ ବିଲଡିଂ ତିଆରି କରିବାରୁ ଆସ୍ତେ ଆସ୍ତେ ବିଲୁପ୍ତ ହୋଇଯାଉଛି ବଣ ଜଙ୍ଗଲ । ଭାଙ୍ଗି ଯାଉଛି ବନ୍ୟପ୍ରାଣୀ ଙ୍କ ବାସଗୃହ। ସବୁଜ ବଳୟ କୁ ଭାଙ୍ଗି ତିଆରି ହେଉଛି ବିରାଟ ବିରାଟ ଅଟ୍ଟାଳିକା। ମଣିଷ ଦିନେ ଯେଉଁଠିକୁ ଯିବାକୁ ଡରୁଥିଲା ଏବେ ସେଠି ମାଳ ମାଳ ଘର। ହଜିଯାଉଛି ବନ୍ୟଜନ୍ତୁ ମାନଙ୍କ ବାସସ୍ଥାନ ଓ ଠିକଣା।ଖାଦ୍ୟ
ଓ ପାନୀୟ ଜଳ ଅଭାବ ଏବେ ବଣ ଜଙ୍ଗଲରେ। ଏଣୁ ଗାଁ ମୁହାଁ ହେଉଛନ୍ତି ବନ୍ୟ ଜନ୍ତୁ। ଦୁଷ୍ଟ ଲୋକ ଓ କୁକୁର ହାବୁଡେ ପଡ଼ି ଅନେକ ବନ୍ୟ ଜନ୍ତୁ ପ୍ରାଣ ହରାଉଛନ୍ତି।ଗତକାଲି ରାତିରେ କାକଟପୁର ନିକଟସ୍ଥ ବାଜପୁର ଗ୍ରାମର ଗାଦିଛକ ନିକଟରେ ଥିବା ହନୁମାନ ମନ୍ଦିର ଭିତରକୁ ଏକ ହରିଣ ଖାଦ୍ୟ ଅନ୍ବେଷଣରେ ପଶି ଆସିଥିଲା। ସ୍ଥାନୀୟ ଗ୍ରାମବାସୀ ସାମ୍ବାଦିକ ବ୍ରଜ କିଶୋର ସାହୁ, ଗଗନ ନନ୍ଦୀ ଓ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ବ୍ରଜ ବନ୍ଧୁ ସାହୁ ପ୍ରମୁଖ ମନ୍ଦିର ଗେଟ କୁ ବନ୍ଦ କରି ଫରେଷ୍ଟ ବିଭାଗ କୁ ଫୋନ କରିଥିଲେ। ଫରେଷ୍ଟ ବିଭାଗ କର୍ମଚାରୀ ଆସିବା ପର୍ଯ୍ୟନ୍ତ ଗାଁ ଲୋକ ମାନେ ଜଗି ବସିଥିଲେ ହରିଣ କୁ। ମନ୍ଦିର ଭିତରେ ଥିବା ଅର୍ଗଳୀ ରେ ହରିଣ ର ଗୋଡ଼ ଓ ମୁଣ୍ଡ ପଶିଯିବା ଦ୍ୱାରା ତାର ମୁଣ୍ଡରେ ସାମାନ୍ୟ କ୍ଷତ ହୋଇଥିଲା। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣ କୁ ନେଇ ଚିକିତ୍ସା କରିବା ସହିତ କୋଣାର୍କ ବାଲୁକାଖଣ୍ଡ ଅଭୟlରଣ୍ୟ ରେ ଛାଡିଥିଲେ। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇ ଯାଇଥିବାରୁ ଉପକୂଳ ଜଙ୍ଗଲ ରେ ବନ୍ୟ ଜନ୍ତୁ ଙ୍କ ପାଇଁ ପାନୀୟ ଜଳ ଓ ଖାଦ୍ୟ ର ସୁ ବ୍ୟବସ୍ଥା କରିବାକୁ ବୁଦ୍ଧିଜିବୀ ମହଲ ରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *