ଦେଶ- ବିଦେଶ

ଯୋଗୀଙ୍କ ମନ୍ତ୍ରୀ ଉପରେ ଅଭିଯୋଗ ଆଣିଲେ ଆତୀକ ଅହମ୍ମଦର ପରିବାର

ପ୍ରୟାଗରାଜ : ପ୍ରୟାଗରାଜରେ ହୋଇଥିବା ଉମେଶ ପାଲ ହତ୍ୟାକାଣ୍ଡ ପ୍ରସଙ୍ଗରେ ଅଭିଯୁକ୍ତ ଆତୀକ ଅହମ୍ମଦର ପରିବାର ପକ୍ଷରୁ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତାଙ୍କ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି । ଅତିକ ଅହମ୍ମଦଙ୍କ ଭଉଣୀ ଆୟେଶା ନୁରୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ନନ୍ଦ ଗୋପଳ ଗୁପ୍ତା ଅତିକ୍ ଅହମ୍ମଦଙ୍କଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ ଏବଂ ତାହା ଫେରସ୍ତ କରୁନଥିଲେ।

ଏହି ସମୟରେ ଅତିକଙ୍କ ପତ୍ନୀ ଶାଇସ୍ତା ପରବୀନ ବିଏସପିରେ ଯୋଗ ଦେଇ ମେୟରଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିଲେ, ଯେଉଁକାରଣରୁ ନନ୍ଦି ଏବଂ ଅଭିଳାଷା ଏହାକୁ ନେଇ ଅସନ୍ତୁଷ୍ଟ ହେବା ଆରମ୍ଭ କରିଥିଲେ, ଯାହା ଫଳରେ ସେମାନେ ଷଡ଼ଯନ୍ତ୍ର କରି ଆତୀକ ଅହମ୍ମଦ ଏବଂ ତାଙ୍କ ପରିବାରକୁ ଷଡ଼ଯନ୍ତ୍ରରେ ଫସାଇଥିଲେ।

ସେ ମଧ୍ୟ ୟୁପି ଏସଟିଏଫ ନାଁରେ ଅଭିଯୋଗ କରିଛନ୍ତି ଯେ ସେମାନେ ପଚରାଉଚରା ନାଁରେ ଦୁଇ ଭାଇଙ୍କୁ ଏନକାଉଣ୍ଟର କରିବାକୁ ଧମକ ଦେଉଛନ୍ତି ଓ ସେମାନଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୦୪ରେ ହୋଇଥିବା ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲକୁ ଗତ ଫେବ୍ରୁଆରି ମାସରେ ହତ୍ୟା କରାଯାଇଥିଲା । ଏହା ପରେ ଉତ୍ତରପ୍ରଦେଶ ପୁଲିସ ଦୁଇଜଣ ସୁଟରଙ୍କୁ ଏନକାଉଣ୍ଟର କରିସାରିଛି । ଏହି ହତ୍ୟା ପଛରେ ବାହୁବଳୀ ଆତୀକ ଅହମ୍ମଦର ହାତ ଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *