ରାଜନୀତି

ବନ୍ଧୁମିଳନରେ ଅମରେଶ ଜେନାଙ୍କ ଶକ୍ତି ପ୍ରଦର୍ଶନ,ଭୟରେ ବିଧାୟକ ଅନନ୍ତ ଜେନା

ଦୌଡ଼ି ପାରୁଥିବା ଘୋଡ଼ାକୁ ଦୌଡ଼ରେ ସାମିଲ କରାଯିବା ଉଚିତ: ମିହିର

ଭୁବନେଶ୍ବର: ରବିବାର ପୂର୍ବାହ୍ନରେ ୪୫ ନମ୍ବର ୱାର୍ଡ କର୍ପୋରେଟର ତଥା ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅମରେଶ ଜେନା ଓରଫ ବାଇଁଆ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଥମ ମେୟର ମିହିର ମହାନ୍ତିଙ୍କ ସହ ପୂର୍ବତନ କର୍ପୋରେଟରଙ୍କୁ ଏକାଠି କରି ବଳ ଗୋଟାଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ‘ନୂତନ ଓଡ଼ିଶା’ ଗଠନ ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଗାଁରୁ ସହର, ସବୁଠି ବିକାଶ କରିବାକୁ ନୂଆ ନୂଆ ଯୋଜନା କରୁଛନ୍ତି। ହେଲେ କିଛି ନ୍ୟସ୍ତସ୍ୱାର୍ଥ ନେତା ଏଥିରେ ବାଧକ ସାଜୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ କରୁଥିବା ଲୋକଙ୍କ ଗୋଡ଼ ଟାଣୁଛନ୍ତି। ଏବେ ସେମାନଙ୍କୁ ଉଚିତ ଜବାବ ଦିଆଯିବ। କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ଅବସରରେ ଭୁବନେଶ୍ୱରର ପ୍ରଥମ ମେୟର ମିହିର ମହାନ୍ତି କହିଥିଲେ, ରାଜ୍ୟର ବିକାଶକୁ ଆଗକୁ ନେବାକୁ ହେଲେ ଉଦିୟମାନ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି। ଦୌଡି ପାରୁଥିବା ଘୋଡାକୁ ଦୌଡ଼ରେ ସାମିଲ କରାଯିବା ଉଚିତ।ଏହି କ୍ରମରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବାଇଁଆ ହିଁ ଆମ ପାଇଁ ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କଳ୍ପନା ଛକ ବିର୍ଲା ଗେଷ୍ଟ ହାଉସ୍‌ ନିକଟରେ ଆୟୋଜନ ହୋଇଥିଲା। ଫରେଷ୍ଟ ପାର୍କ, କେଶରୀ ହଲ, ଝାରପଡ଼ା ଓ ଆଇଜି ପାର୍କ ପାଖରୁ ୪ଟି ବାଇକ ଶୋଭାଯାତ୍ରା ସଭା ସ୍ଥଳରେ ପହଞ୍ଚିଥିଲେ। ଅମରେଶଙ୍କ ପ୍ରତି ଜନ ସମର୍ଥନ ବଢୁଥିବା ର ଦେଖି ବିଧାୟକ ଅନନ୍ତ ଜେନା ଭୟଭୀତ ହୋଇ ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ଶରଣ ରେ ପଶିଛନ୍ତି ବୋଲି ମଧ୍ୟ ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ହେଉଛି । ବରଂ ୫୯ ୱାର୍ଡ କର୍ପୋରେଟର ଏକାମ୍ର ନିର୍ବାଚନ ମଣ୍ଡଳୀର ବିରଞ୍ଚି ନାରାୟଣ ମହାସୁପକାର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ନରେନ ସାହୁଙ୍କ ସମେତ ଅନେକ ପୂର୍ବତନ କର୍ପୋରେଟର ଓ ‘ଉଇ ଫର ଭୁବନେଶ୍ୱର’ର ସଦସ୍ୟମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *