ଅପରାଧ

ଲାଞ୍ଚ ନେଇ ଧରାପଡ଼ିଲେ ଅମିନ

ଲୋଇସିଂହା,: ମ୍ୟୁଟେସନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲାର ଆଗଲପୁର ତହସିଲ ଅଫିସର ଅମିନ ସଦାନନ୍ଦ ସାହୁ। ଡୁଡୁକା ଗାଁର ରବୀନ୍ଦ୍ର ପଟେଲଙ୍କ ଜମି ମାପଚୁପ ପାଇଁ ସଦାନନ୍ଦ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ ରବୀନ୍ଦ୍ର। ପୂର୍ବ ଯୋଜନା ମୁତାବକ ରବୀନ୍ଦ୍ରଙ୍କଠାରୁ ଅଫିସରେ ଅମିନ ଉକ୍ତ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ। ଅମିନଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୧ରେ ମୁରିବାହାଲ ତହସିଲର ଅମିନ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ତହସିଲ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ଚାଲିଥିବାରୁ ହଇରାଣ ହରକତ ହେଉଛନ୍ତି ସାଧାରଣ ଲୋକେ।

Leave a Reply

Your email address will not be published. Required fields are marked *