ଦେଶ- ବିଦେଶ

ମାଳଦ୍ବୀପର ନୂଆ ଷଡ଼ଯନ୍ତ୍ର: ଭାରତୀୟ ସେନାଙ୍କୁ ବାହାର କରି ଚୀନ ସହିତ କଲା ବୁଝାମଣା

ମାଲେ: ଭାରତ ସହିତ ଜାରି ରହିଥିବା ବିବାଦ ମଧ୍ୟରେ ମାଳଦ୍ବୀପ ଭାରତ ବିରୋଧୀ ନୂଆ ଷଡ଼ଯନ୍ତ୍ର ରଚିଛି। ଭାରତୀୟ ସ‌ୈନ୍ୟଙ୍କୁ ଦେଶରୁ ବାହାର କରିବା ସହିତ ଚୀନ ସହିତ ବୁଝାମଣା କରିଛି। ଏହି ବୁଝାମଣା ଅନ୍ତର୍ଗତ ଚୀନ ମାଳଦ୍ବୀପକୁ ମାଗଣାରେ ସୈନ୍ୟ ସହାୟତା ଯୋଗାଇ ଦେବ। ଭାରତୀୟ ସୈନ୍ୟଙ୍କୁ ଦେଶରୁ ବାହାର କରିବା ପାଇଁ ରାଷ୍ଟ୍ରପତି ମହମ୍ମଦ ମଇଜ୍ଜୁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ପରେ ଚୀନ ସହିତ ରକ୍ଷା ସହଯୋଗ ବୁଝାମଣା ସ୍ବାକ୍ଷର କରିଛନ୍ତି।
ଏହା ପୂର୍ବରୁ ମାଳଦ୍ବୀପ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଘାସନ ମୈମୁନ ଚୀନ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ଲାଗି ଆଲୋଚନା ପାଇଁ ଚୀନର ଅନ୍ତର୍ଜାତୀୟ ସୈନ୍ୟ ସହଯୋଗ କାର୍ଯ୍ୟାଳୟର ଉପ-ନିର୍ଦ୍ଦେଶକ ମେଜର ଜେନେରାଲ ଝାଙ୍ଗ୍ ବାଓକୁନଙ୍କୁ ଭେଟି ଥିଲେ।
ତେବେ ମାଳଦ୍ବୀପ ପକ୍ଷରୁ ନୂତନ ପ୍ରତିରକ୍ଷା ସହଯୋଗ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରାଯାଇ ନାହିଁ।

ମାଳଦ୍ବୀପ ରାଷ୍ଟ୍ରପତି ମଇଜ୍ଜୁ ତାଙ୍କ ଦେଶରୁ ଭାରତୀୟ ସେନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମାର୍ଚ୍ଚ ମେ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏପରିସ୍ଥଳେ ସୈନ୍ୟମାନଙ୍କ ସ୍ଥାନ ନେବା ପାଇଁ ଭାରତୀୟଙ୍କ ପ୍ରଥମ ବେସାରିକ ଦଳ ମାଳଦ୍ବୀପ ପହଞ୍ଚିଛନ୍ତି।

ପୂର୍ବରୁ ଜିୟାଙ୍ଗ ୟାଙ୍ଗ ଝାଙ୍ଗ-୩ ନାମକ ଚୀନ ଜାହାଜ କ୍ରୁ ସଦସ୍ୟ ଅଦଳବଦଳ ପାଇଁ ମାଳଦ୍ବୀପରେ ଅଟକି ରହିଥିଳା। ଏନେଇ ମାଳଦ୍ବୀପ ପକ୍ଷରୁ ଆବଶ୍ୟକ ଅନୁମତି ମଧ୍ୟ ପ୍ରଦାନ କରାଯାଇଥିଲା। ଏହାର କିଛି ଦିନ ପରେ ଚୀନ ସୈନ୍ୟଙ୍କର ଏକ ପ୍ରତିନିଧିମଣ୍ଡଳ ମାଳଦ୍ବୀପ ଯାତ୍ରା କରିଥିଲେ।

Leave a Reply

Your email address will not be published. Required fields are marked *