ଶିକ୍ଷା

କେଏଲ୍ ବିଶ୍ୱବିଦ୍ୟାଳୟର ମେରିଟ୍ ସ୍କଲାରସିପ୍ ପୋଷ୍ଟର୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗରସ୍ଥିତ ହୋଟେଲ ସନ୍ ଗ୍ରୀନ୍ ହୋଟେଲ୍‌ରେ କେଏଲ୍ ବିଶ୍ୱବିଦ୍ୟାଳୟର ମେରିଟ୍ ସ୍କଲାରସିପ୍ ପୋଷ୍ଟର୍‌ର ଶୁଭାରମ୍ଭ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ସୁଲତା ଦେଓ ଓ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ନିର୍ଦ୍ଦେଶକ ଡ. ଜେ ଶ୍ରୀନିବାସ ରାଓ, ଜେନାଲ୍ ହେଡ୍ ଆର୍ ଶିବ କୁମାର ଓ ଆଡିମିସନ ମ୍ୟାନେଜର୍ ପ୍ରଗତି ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ କେଏଲ ବିଶ୍ୱବିଦ୍ୟାଳୟ, ଅନ୍ୟତମ ଶ୍ରେଷ୍ଠ ଏବଂ ପ୍ରସିଦ୍ଧ । ଏହି ବିଶ୍ୱବିଦ୍ୟାଳୟ ୧୯୮ଠ ମସିହାରେ ସ୍ଥାପିତ ହୋଇଛି । ପ୍ରତିବର୍ଷ ଜେଇଇ ଓ ନିଟ୍ ପ୍ରବେଶିକାକୁ କେଏଲ୍‌ଇଇ ନାମରେ ନାମିତ କରାଯାଏ । ପ୍ରବେଶ ପଥର ତୃତୀୟ ପର୍ଯ୍ୟାୟ ୨୦୨୩ ଏପ୍ରିଲ୍ ୧୫ ତାରିଖରୁ ଆରମ୍ଭ ହେବ । ଏଠାରେ ବିଶ୍ୱବିଦ୍ୟାଳୟ ୧୦୦ କୋଟି ଟଙ୍କାର ଛାତ୍ରବୃତ୍ତି ଘୋଷଣା କରାଯାଇଛି । ଜେଇଇରେ ୯୬ ପ୍ରତିଶତ କିମ୍ବା ତା\’ଠାରୁ ଅଧିକ ମାର୍କ ରଖିଛନ୍ତି, ସେମାନଙ୍କୁ ୧୦୦% ଟ୍ୟୁସନ ଫି ଛାଡ଼ କରାଯାଇଛି । ଏହା ଆଶାର ମାର୍ଗ ହେବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏହି ବିଶ୍ୱବିଦ୍ୟାଳୟରେ ଓଡ଼ିଶାରୁ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ଏବଂ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । କିନ୍ତୁ ଏହାର ଲାଭ ଉଠାଇବା ସହ ସାରା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଫଳପ୍ରଦ ଓ ଉତ୍ସାହଜନକ ହେବ । କେଏଲଇଇ ମେରିଟ୍ ସ୍କଲାରସିପ୍ ପୋଷ୍ଟର ଉନ୍ମୋଚନ ଯାହା ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀମାନେ ସଚେତନ ହେବେ । ଓଡ଼ିଶାର ବହୁ ଛାତ୍ରଛାତ୍ରୀ ଏହି ସ୍କଲାରସିପ୍ ଲାଭ କରି ନିଜ କ୍ୟାରିୟରରେ ଉନ୍ନତି ଆଣିପାରିବେ ।

Leave a Reply

Your email address will not be published. Required fields are marked *