ବାଣିଜ୍ୟ

ଲମ୍ବା ବ୍ୟାଙ୍କ ଛୁଟି: ମହାଶିବରାତ୍ରି ପାଇଁ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,: ମାର୍ଚ୍ଚ ୮ ଶୁକ୍ରବାର ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଥିବା ବେଳେ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ରାଜ୍ୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଛୁଟି ତାଲିକା ଉପରେ ନିର୍ଭର କରେ। କେନ୍ଦ୍ରୀୟ ବ୍ୟାଙ୍କ ଛୁଟି ତାଲିକା ଅନୁଯାୟୀ ମାର୍ଚ୍ଚ ମାସରେ ରାଜ୍ୟଗୁଡିକରେ ବ୍ୟାଙ୍କଗୁଡିକ ୧୪ ଦିନ ବନ୍ଦ ରହିବ ଏବଂ ଅନେକ ରାଜ୍ୟରେ ଲଗାତାର ତିନି ଦିନ ବ୍ୟାଙ୍କ ଛୁଟି ଦିନ ଦୁଇଥର ରହିବ। ଏହାର ଅର୍ଥ ଦୁଇଟି ଲମ୍ବା ଛୁଟିଦିନ ମାର୍ଚ୍ଚ ମାସରେ ପଡିବ।

ଏହି ଛୁଟିଦିନଗୁଡ଼ିକରେ ସମସ୍ତ ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର, ସାଧାରଣ ଛୁଟିଦିନ ଏବଂ ନିର୍ଦ୍ଦିଷ୍ଟ ରାଜ୍ୟଗୁଡିକରେ କିଛି ଆଞ୍ଚଳିକ ଛୁଟି ସାମିଲ ରହିଛି। ତେଣୁ ବ୍ୟାଙ୍କରେ ଆପଣଙ୍କର କିଛି କାମ ଥିଲେ ମାର୍ଚ୍ଚ ମାସରେ ଥିବା ଛୁଟି ଦିନ ଗୁଡିକୁ ଆଜି ଜାଣି ନିଅନ୍ତୁ।

ମହାଶିବତ୍ରୀ ବ୍ୟାଙ୍କ ଛୁଟି: ମାର୍ଚ୍ଚ ୮ ରେ ମହାଶିବରାତ୍ରୀ ପାଇଁ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ଦ୍ୱିତୀୟ ଶନିବାର ଏବଂ ରବିବାର ମଧ୍ୟ ବ୍ୟାଙ୍କ ରହିବ।

ଶୁକ୍ରବାର ଦିନ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଜମ୍ମୁ-ଶ୍ରୀନଗର, କେରଳ, ଉତ୍ତରପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ।

ଏହାପରେ ହୋଲି ପାଇଁ ମାର୍ଚ୍ଚ ୨୬ରେ ଓଡ଼ିଶା, ମଣିପୁର ଏବଂ ବିହାରରେ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ମାର୍ଚ୍ଚ ୨୭ ବିହାରରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ। ଶେଷରେ ମାର୍ଚ୍ଚ ୨୯ରେ ତ୍ରିପୁରା, ଆସାମ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *