ସାହିତ୍ୟ

,,,,,,,,,,,,,,ଜ୍ୟୋତ୍ସ୍ନା ,,,,,,,,,

( କବିତା )


ଜ୍ୟୋତ୍ସ୍ନା,,,,,
ଆଃ କି ବାସ୍ନା,,,,,,,,,,,
ଆକାଶର ଉପାନ୍ତରୁ/ସୀମାହୀନ ଦିଗନ୍ତରୁ
ନାଚିନାଚି ଛୁଇଁଯାଅ ଭୂମାରୁ ଭୂମିକୁ
ଆଶ୍ଳେଷରେ ଭିଡିନିଅ ପ୍ରେମୀଯୁଗଳଙ୍କୁ
ଶଶୀର କନ୍ଦର୍ପଦର୍ପରୁ ଶଶୀକଳା ଠେଲି
ଖୋଲିଦିଅ ବିରୋଧଭାସରେ ଧସିଥିବା ପ୍ରଗତିର ରାସ୍ତା
ଭରିଦିଅ ଗାଁ ଭର୍ତ୍ତି ହସ
ହସିହସି ବେଦମହେଉ ପ୍ରତିଟିମଣିଷ
ତମର ସେ ନାତିଶୀତୋଷ୍ଣ ଛୁଆଁରେ
ଧସିଯାଉ ଧୂସର ବଉଦ
ମତୁଆଲା ହେଇଯାଉ ଜଙ୍ଗଲୀ ଜହ୍ଲାଦ
ନିଶ୍ୱାସରେ ମହକୁଥାଉ ଦେହଅରଣ୍ୟ
ବିସ୍ଫାରିତ ହେଇଯାଉ ପ୍ରେମସିଂହାସନ
ତମେ ତ ଜୀଇବାର କୌଶଳଶିଖାଅ
ବାଲିଘରେ ଧୋଇଥିବାଚିହ୍ନ ଚିହ୍ନାଅ
ମଧୁଝରା ହୁଏ ସବୁ
ରଜନୀଗନ୍ଧାର ନବ କିଶଳୟ
ବର୍ଷାର ବଳୟ ଆଉ
ବିପ୍ରଲବ୍ଧା ନିବୁଜ ନିଳୟ
ତମେ ଚାନ୍ଦର ଚାନ୍ଦିନୀ କି
ପ୍ରେମଉନ୍ମାଦିନୀ,,,ମୁଁ ଜାଣେନା
ଝୁମା ପ୍ରହରରେ ପ୍ରେମଉନ୍ମାଦିନୀ
ତମେ ଗଵାକ୍ଷ ଫାଙ୍କରେ
ଉଭା ଉଲଗ୍ନ ବାରୁଣୀ
ତମ ଅନୁପସ୍ଥିତିରେ
ପ୍ରେମୀଟିଏ ହବା ଭାରି କଷ୍ଟ
କାହିଁକି ନା,,,,ବେଳେବେଳେ ତମେ
ପ୍ରେମିକା ଠୁଁ ଭାରି ଦୁଷ୍ଟ ,,,,,,,,,
କେତେବେଳେ ପାହାଡ଼କୁ ଓଢଣୀରେ
ଲୁଚେଇଦିଅ ତ କେତେବେଳେ
ମିଠା ଜହର ପିଆଇଦିଅ
ଯାହା ବି ହୁଅ,,,,,,,,
ତମେ ଅମୃତଝରା,/ ପବିତ୍ରଧାରା
ପ୍ରେମଫୁଆରା,/ ସବୁଠୁଁ ନିଆରା
ତମେ ମୋର ବିଡମ୍ବନା,,,,,
ପ୍ରୀତିଲଗ୍ନା,,,ସ୍ୱପ୍ନା,,ଅୟି!! ଜ୍ୟୋତ୍ସ୍ନା,,
ଆଃ କି ବାସ୍ନା ,,,,,”!!! ?????
,,,,,,,,

କୃଷ୍ଣଚନ୍ଦ୍ର ପଣ୍ଡା
ଭୁବନେଶ୍ୱର
ମୋ,,7077433866

,,,,,,,,,,, ,,,,,,,,,,,,,,,,,,,,,,,,,,

Leave a Reply

Your email address will not be published. Required fields are marked *