ଅପରାଧ

ଗାଡ଼ିରୁ ଜବତ ହେଲା ୪୦୦୦ କିଲୋ ସୁନାଇଟା

ପାଟନା : ସୁନା ଚୋରା ଚାଲାଣ ମାମଲାରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇକୁ ବଡ଼ ସଫଳତା ମିଳିଥିବା ବିହାରର ଗୟା ଜିଲ୍ଲାରୁ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଜୋନାଲ ୟୁନିଟର ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଡିଆରଆଇ ପିଆରୟୁ ଅଧିକାରୀମାନେ ଗତକାଲି ମଧ୍ୟରାତ୍ରିରେ ଗୟାର ଶେରଘାଟିସ୍ଥିତ ସାବକଳା ଟୋଲ ପ୍ଲାଜାରେ ଏକ ହୁଣ୍ଡାଇ କ୍ରେଟା ଏସୟୁଭିକୁ ଯାଞ୍ଚ କରିବା ସମୟରେ ସେଥିରୁ ପ୍ରାୟ ୪ ହଜାର କିଲୋଗ୍ରାମ ଓଜନର ସୁନା ଇଟା ଜବତ ହୋଇଥିଲା । ଏହା ସହିତ ସେଥିରେ ଯାଉଥିବା ୩ ଜଣଙ୍କୁ ପୁଲିସ ଗିରଫ କରିଛି। ବିଦେଶରୁ ଆସିଥିବା ସୁନାକୁ ଗାଡ଼ି ଯୋଗେ କୋଲକାତାରୁ ଗ୍ୱାଲିୟର ନିଆଯାଉଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ୩୯୮୭.୩୦୦ ଗ୍ରାମ ଓଜନର ମୋଟ ୨୨ ଖଣ୍ଡ ଓ ୦୮ ଖଣ୍ଡ ବିଦେଶୀ ମୂଲ୍ୟର ସୁନା ଇଟାର ମୂଲ୍ୟ ପ୍ରାୟ ୨ କୋଟି ୭୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଗାଡ଼ିର ଆଗ ସିଟ୍ ତଳେ ତିଆରି ହୋଇଥିବା ବକ୍ସ ଭିତରୁ ସୁନା କଟା ଖଣ୍ଡ ମିଳିଥିବା କୁହାଯାଉଛି।

ଜବତ ସୁନା ସାମଗ୍ରୀ ବାଂଲାଦେଶରୁ ଭାରତକୁ ଚୋରା ଚାଲାଣ କରାଯାଉଥିବା ଗିରଫ ଚୋରା ଚାଲାଣକାରୀମାନେ ସ୍ୱୀକାର କରିଛନ୍ତି। ଏହି ଘଟଣାରେ ଜବତ ହୋଇଥିବା ସୁନା, ପ୍ୟାକିଂ ସାମଗ୍ରୀ ଏବଂ ଉକ୍ତ ଗାଡ଼ିକୁ ଜବତ କରାଯିବା ସହ ସୀମା ଶୁଳ୍କ ଅଧିନିୟମ, ୧୯୬୨ ଅନୁଯାୟୀ ଉକ୍ତ ଗାଡ଼ିରେ ବସିଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *