ଦେଶ- ବିଦେଶ

ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପାଇଁ ମାର୍ଚ୍ଚ ୧୫ରେ ବୈଠକ ଡାକିଲେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆ ନିର୍ବାଚନ କମିଶନର ଚୟନ ନେଇ ବୈଠକ ବସିବ। ସେଥିରେ ବିରୋଧୀ ଦଳ ନେତା ଓ ଜଣେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ ।ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୧୫ରେ ଲୋକସଭା ପର୍ଯ୍ୟବେକ୍ଷକଙ୍କ ସହ ନିର୍ବାଚନ ଆୟୋଗ ବୈଠକ କରିବେ। ନିର୍ବାଚନ ପ୍ରସ୍ତୁତି ନେଇ ଲୋକସଭା ପର୍ଯ୍ୟବେକ୍ଷକମାନଙ୍କୁ ମାର୍ଗଦର୍ଶନ କରିବେ ନିର୍ବାଚନ କମିଶନ । ଗତକାଲି ନିର୍ବାଚନ କମିଶନର ଅରୁଣ ଗୋୟଲ ହଠାତ୍ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଏହାକୁ ଗ୍ରହଣ କରିଥିଲେ।

ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅରୁଣ ଗୋୟଲଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ତାଙ୍କ ନିଯୁକ୍ତିକୁ ନେଇ ବି ପ୍ରଶ୍ନ ଉଠିଥିଲା ଓ ଖୋଦ ସୁପ୍ରିମକୋର୍ଟ ବି ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ପୂର୍ବତନ ନିର୍ବାଚନ କମିଶନର ଅରୁଣ ଗୋଏଲ ନିଜର ପ୍ରଶାସନିକ ଚାକିରି ସମୟରେ ଜଣେ ଏପରି ଅଧିକାରୀ ଭାବରେ ପରିଚିତ ଥିଲେ ଯିଏ ଅଧିକ ଦିନ ଗୋଟିଏ ସ୍ଥାନରେ ରହୁନଥିଲେ । ଅରୁଣ ୧୯୮୭ରୁ ୧୯୨୨ରେ ନିର୍ବାଚନ କମିଶନର ହେବା ପର୍ଯ୍ୟନ୍ତ ତାଙ୍କର ୩୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ବିଭାଗରେ ମୋଟ ୪୦ଟି ପଦବୀରେ ଅବସ୍ଥାପିତ ହୋଇଥିଲେ।

Leave a Reply

Your email address will not be published. Required fields are marked *