ଦେଶ- ବିଦେଶ

ଭାରତୀୟ ବଂଶୋଦ୍ଭବ ଅଧିକାରୀ ଦୋଷୀ ସାବ୍ୟସ୍ତ

ଲଣ୍ଡନ: ଡ୍ୟୁଟି ସମୟରେ ଜଣେ ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ସ୍କଟଲାଣ୍ଡ ୟାର୍ଡ ପୁଲିସର ଜଣେ ଭାରତୀୟ ବଂଶୋଦ୍ଭବ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ପୁଲିସ କନଷ୍ଟେବଳ (ପିସି) ଅର୍ଚ୍ଚିତ ଶର୍ମା ଲଣ୍ଡନର ମେଟ୍ରୋପଲିଟାନ ପୁଲିସର ନର୍ଥ ଏରିଆ ବେସିକ୍‌ କମାଣ୍ଡ ୟୁନିଟରେ କାର୍ଯ୍ୟରତ ଥିଲେ ଏବଂ ଜୁଲାଇ ୨୦୨୧ରେ ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ସୋମବାର ଲଣ୍ଡନର ଉଡ୍‌ ଗ୍ରିନ୍‌ କ୍ରାଉନ୍‌ କୋର୍ଟରେ ମାମଲାର ଶୁଣାଣି ଶେଷ ହେବା ପରେ ବ୍ରିଟେନର ସର୍ବବୃହତ ପୁଲିସ ବାହିନୀରେ ତାଙ୍କ ବିରୋଧରେ ଆସିଥିବା ଅନ୍ୟ ଅସଦାଚରଣ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଛି।

ଡିସେମ୍ବର ୨୦୨୦ରେ ଶର୍ମା ଡ୍ୟୁଟିରେ ଥିବା ବେଳେ ତାଙ୍କର ଜଣେ ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହେବା ପରେ ଏହି ମାମଲାର ଶୁଣାଣି ହୋଇଥିଲା।

ଜଣେ ଅଧିକାରୀଙ୍କ ଏଭଳି ଆଚରଣ ଅଗ୍ରହଣୀୟ। ଅଭିଯୁକ୍ତ ଅଧିକାରୀ ପିସି ଶର୍ମା ପୁଲିସର ସମସ୍ତ ମୂଲ୍ୟବୋଧକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସଘାତକତା କରିଛନ୍ତି ବୋଲି କହିଛନ୍ତି ଲଣ୍ଡନର ଏନଫିଲ୍‌ଡ ଏବଂ ହାରିଙ୍ଗେ ଅଞ୍ଚଳରେ ସ୍ଥାନୀୟ ପୁଲିସିଂ ଦାୟିତ୍ୱରେ ଥିବା ମେଟ୍‌ ପୁଲିସ ଡିଟେକ୍ଟିଭ୍‌ ମୁଖ୍ୟ ଅଧୀକ୍ଷକ କ୍ୟାରୋଲିନ ହାଇନ୍‌ସ।

One thought on “ଭାରତୀୟ ବଂଶୋଦ୍ଭବ ଅଧିକାରୀ ଦୋଷୀ ସାବ୍ୟସ୍ତ

  • Hello! Would yyou mind iff I shaare your blog with my facebook group?
    There’s a lot of people that I think would really appreciate yur content.
    Please let me know. Cheers

    Reply

Leave a Reply

Your email address will not be published. Required fields are marked *