ମୁଖ୍ୟ ଖବର

ଦୁର୍ନୀତି ର ଗନ୍ତାଘର ପାଲଟିଛି ସୂଚନା ଓ ଲୋକସମ୍ପର୍କ ବିଭାଗ

ଭୁବନେଶ୍ୱର : ଗଣତନ୍ତ୍ର ର କଣ୍ଠ ରୋଧ କରିବା ଓ ଦୁର୍ନୀତି ଗ୍ରସ୍ତ ଅଫିସର ଙ୍କୁ ସୁରକ୍ଷା ଯୋଗାଇବାର ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଥିବା ସୂଚନା ଓ ଲୋକ ସମର୍କ ବିଭାଗ ର ଅଧିକାରୀ କିଛି ଅଫିସର କୋଟି କୋଟି କଳା ଟଙ୍କାର ମାଲିକ ସାଜି ଥିବାର ଚର୍ଚ୍ଚା ହେଉଛି l କିଛି ଆଗ ଧାଡି ର ଖବର କାଗଜ କୁ ବିଜ୍ଞାପନ ଦେଇ ସରକାରୀ ସ୍ତର ରେ ହେଉଥିବା ଦୁର୍ନୀତି କୁ ଘୋଡେଇ ଥାନ୍ତି ବିଭାଗ ର ଅଧିକାରୀ l କିଛି ଖବର କାଗଜ କୁ ବିଜ୍ଞାପନ ଲିଷ୍ଟ ରେ ସାମିଲୀ କରି ସାମ୍ବାଦିକ ମାନଙ୍କୁ ସରକାରୀ ଘର ଓ ସରକାରୀ ସ୍ୱୀକୃତି ଦେବାକୁ ଦଲାଲ ମାନଙ୍କ ଦ୍ୱାରା ମୋଟା ଅଙ୍କର ଅର୍ଥ ସଚିବ ଓ ମନ୍ତ୍ରୀ ନେବା ନାମରେ ଆଦାୟ କରୁଥିବାର ଚର୍ଚ୍ଚା ହେଉଛି l ଏପରିକି କିଛି ଅଧିକାରୀ ସୁନ୍ଦରୀ ଲଳନା ଲାଳସରେ କିଛି କାଗଜ ପତ୍ର ନ ଥିବା ପେପର କୁ ଆପ୍ରୂଭୁ କରିଦେଇଛନ୍ତି l ଏଠାରେ ସୁଚାଇ ଦିଆ ଯାଇପାରେ ଯେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ପୂର୍ବତନ ନିର୍ଦେଶକ ନିରଞ୍ଜନ ସେଠୀ ଓ ଏକ ଖବର କାଗଜ ର ମହିଳା ସମ୍ପାଦିକାଙ୍କ ଗୁମର ଖୋଲିଯିବା ର ଆଶଙ୍କା ରେ ଫଟୋ ସାମ୍ବାଦିକ ମାନସ କୁ ହତ୍ୟା କରି ବା ଓସେକ୍ସନ ଅଫିସର ଦୁର୍ଗା ପ୍ରସାଦ ମହାନ୍ତିଏକ ପେପର ଆପ୍ରୁଭାଲ କରିଦେବାକୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ବିଭାଗ ର ଅଫିସର ମାନଙ୍କର ଅସଲ ମୁଖା ଖୋଲି ଦେଇଛି l ଏବେ ନବୀନ ସରକାର କୋଟି କୋଟି ଟଙ୍କା ଖବର କାଗଜ, ଟିଭି ଓ ହୋଡିଂ ରେ ବିଜ୍ଞାପନ ଦେଇଛନ୍ତି l ସରକାର ବିଜ୍ଞାପନ ରେ କିଛି ଅଫିସର ମୋଟା ଅଙ୍କର ପିସି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି l ସୂଚନା ଓ ଲୋକ ସମ୍ପର୍କ ବିଭାଗ ରେ କାର୍ଯ୍ୟ କରି ଅବସର ନେଇଥିବା କେତେ ଜଣ କର୍ମଚାରୀ ପୁନଃ ନିଯୁକ୍ତି ହୋଇ ଦଲାଲି କାର୍ଯ୍ୟ କରୁଛନ୍ତି, ଏପରିକି ସଚିବ ସଞ୍ଜୟ ସିଂ ପ୍ରତି କାର୍ଯ୍ୟ ରେ ଅର୍ଥ ନେଉଛନ୍ତି କହି ସୂଚନା ଓ ଲୋକସମ୍ପର୍କ ବିଭାଗ ର ଦଲାଲ କର୍ମଚାରୀ ମାନେ ବହୁତ ଘୋଟଲା କରୁଥିବାର ଅଭିଯୋଗ ହେଉଛି l ନିର୍ଦେଶକ, ଉପନିର୍ଦେଶକ ମାନେ ଦୁର୍ନୀତି ରେ ଜଡିତ ରହି ସରକାରୀ ଅର୍ଥ ହଡପ କରୁଛନ୍ତି l ସୂଚନା ଓ ଲୋକସମ୍ପର୍କ ବିଭାଗ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଦୁର୍ନୀତି ହେଉଛି ଓ ଯେଉଁ ସବୁ ଅଫିସର ଏଥିରେ ସାମିଲ ଅଛନ୍ତି ସେମାନଙ୍କ ଅସଲ ମୁଖା ଖୁବଶୀଘ୍ର ଖୋଲାଯିବ……

Leave a Reply

Your email address will not be published. Required fields are marked *