ଦେଶ- ବିଦେଶ

ଲି କିୟାଙ୍ଗ ଚାଇନାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ବେଜିଂ : ଲି କିୟାଙ୍ଗ ଚାଇନାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ନିକଟତମ କୁହାଯାଉଥିବା ଲି କିଆଙ୍ଗଙ୍କ ନାମ ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ଉତ୍ତରାଧିକାରୀ ଭାବରେ ଘୋଷିତ ହୋଇପାରେ। ଜିନପିଙ୍ଗଙ୍କ ପ୍ରତ୍ୟେକ ୧୦ ବର୍ଷରେ ନେତୃତ୍ୱ ପରିବର୍ତ୍ତନ କରିବାର ପରମ୍ପରା ଅନୁଯାୟୀ ସମସ୍ତ ବରିଷ୍ଠ ନେତାଙ୍କୁ ବଦଳାଯିବ।

ଲି କିୟାଙ୍ଗ ଅବସର ନେଉଥିବା ଲି କେକିୟାଙ୍ଗଙ୍କ ସ୍ଥାନ ନେବେ। ଅର୍ଥନୀତିର ପରିଚାଳନା ଉପରେ ଜିନପିଙ୍ଗ ତାଙ୍କ ଆଭିମୁଖ୍ୟକୁ କଡାକଡି କରିଥିବାରୁ କେକିୟାଙ୍ଗ ଅଧିକରୁ ଅଧିକ ଦୂରେଇ ରହିଛନ୍ତି ବୋଲି ବିଶ୍ୱାସ କରାଯାଏ। ନେତୃତ୍ୱ ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ଜିନପିଙ୍ଗଙ୍କ ସହିତ କିୟାଙ୍ଗଙ୍କ ସମ୍ପର୍କ ଭଳ ରହିଛି।

Leave a Reply

Your email address will not be published. Required fields are marked *