ଅପରାଧ

୪୮ କେ.ଜି ଗଞ୍ଜେଇ ଜବତ: ୨ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲା ବଡ଼ଚଣା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ମିଳିତ ଚଢ଼ାଉ କରି ମଙ୍ଗଳବାର କୋଲସାହି ଗାଁରୁ ୮୪ କେଜି ଗଞ୍ଜେଇ ଜବତ କରିଛି। ଏହା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୋଲସାହି ଗାଁର ଗୋବିନ୍ଦ ବିଶୋୟୀ ଓ ଅନ୍ୟଜଣେ ଉଦୟ ଶଙ୍କର ବିଶ୍ୱାସ ମାଲକାନଗିରି ଜିଲାର ଏମ୍‌ପିଭି ୩୭ ବୋଲି ଏସ୍‌ଡିପି ଓ ସୂଚନା ଦେଇଛନ୍ତି। ଯାଜପୁର ଏସ୍‌ପି ଭିନୀତ୍‌ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ହୋଇଥିଲା। ଏଥିସହିତ ଗୋଟିଏ ମୋଟର ସାଇକେଲ ଓ ମୋବାଇଲ ଜବତ ହୋଇଛି। ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ୩୬ ହଜାର ଟଙ୍କା ବୋଲି ପୋଲିସ କହିଛି। ବଡଚଣା ଥାନାରେ ଏକ ଖବରଦାତା ସମ୍ମିଳନୀରେ ଯାଜପୁର ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ୨ ଜଣ ମୋଟର ସାଇକେଲ ଯୋଗେ ଗଞ୍ଜେଇ ନେଇ ଯାଉଥିବା ନେଇ କୌଣସି ସୂତ୍ରରୁ ଯାଜପୁର ଏସ୍‌ପି ଅଗ୍ରୱାଲ ଜାଣିବାକୁ ପାଇଥିଲେ। ସେ ସଙ୍ଗେସଙ୍ଗେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *