ସାହିତ୍ୟ

…….ପଖାଳ…….

କବିତା

ବିଶ୍ୱେ ମହକଇ ପଖାଳର ଗୁଣ
ଓଡ଼ିଆଙ୍କ ପ୍ରିୟ ଖାଦ୍ୟ
ପେଟ ଥଣ୍ଡା ସହ ମୁଣ୍ଡ ରଖେ ଥଣ୍ଡା
ପଖାଳ ଘର ବଇଦ ll

ବିଜ୍ଞାନ ସମ୍ମତ ଆମରି ପଖାଳ
ଉଷୁନା ଆଉ ଅରୁଆ
ଚାଷୀ ମୁଲିଆଙ୍କ ପ୍ରିୟ ଖାଦ୍ୟପରା
ପିଆଜ,ଲଙ୍କା,ଆହା କି ସୁଆଦିଆ ll

ଜ୍ୱର ରୋଗୀ ପାଇଁ ଲେମ୍ବୁ ପଖାଳଟି
ଭାରୀ ଉପଯୋଗୀ ଜାଣ
ଭିଟାମିନ ସି,ଡି ପ୍ରଚୁର ମାତ୍ରାରେ
ଭରିଥାଏ ଦିବ୍ୟ ଗୁଣ ll

ଖରାଦିନେ ଦହି ପଖାଳ ଖାଇଲେ
ଅଂଶୁଘାତ ହୁଏ ଦୂର
ରକ୍ତଚାପ ଆଉ ମୁଣ୍ଡ ବୁଲାଇବା
ନାନା ରୋଗ କରେ ଦୂର ll

ବାସି ପଖାଳରେ କ୍ୟାଲସିୟମ ସି
ରହିଅଛି ଭରପୁର
କାଞ୍ଜି ତୋରାଣି ପଖାଳ ଖାଇଲେ
ରକ୍ତ ରହେ ସମତୁଲ ll

ସୁଖ ନିଦ୍ରା ପାଇଁ ପ୍ରଭୁ ଜଗନ୍ନାଥ
ଖାଆନ୍ତି ନିତ୍ୟ ପଖାଳ
ଦହି ଘିଅ କଇଁ ଫୁଲିଆ ପଖାଳେ
ପ୍ରଭୁଙ୍କ ଭାରି ସରlଗ ll

ମାର୍ଚ୍ଚ କୋଡିଏ ପଖାଳ ଦିବସ
ସଭିଙ୍କୁ ଦିଏ ଚେତେଇ
ଖାଇଲେ ପଖାଳ ଉଠିଲେ ସଅଳ
ସୁସ୍ଥ ହେବ ମର୍ତ୍ତ୍ୟଭୂଇଁ ll


Leave a Reply

Your email address will not be published. Required fields are marked *