ମୁଖ୍ୟ ଖବର

ଏଡିଆର୍‌ ରିପୋର୍ଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ୬୩ କୋଟି

ଭୁବନେଶ୍ବର: ଆସୋସିଏସନ୍‌ ଫର ଡେମୋକ୍ରେଟିକ୍ସ ରିଫର୍ମସ (ଏଡିଆର) ରିପୋର୍ଟ ପ୍ରକାଶିତ ହୋଇଛି। ଏଥିରେ ଧନୀ ବିଧାୟକଙ୍କ ତାଲିକା ପ୍ରକାଶ ପାଇଛି। ରିପୋର୍ଟରେ କେଉଁ ବିଧାୟକଙ୍କ କେତେ ସମ୍ପତ୍ତି ରହିଛି ସେନେଇ ତାଲିକା ପ୍ରକାଶିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି।

ସେହିପରି ଦୀପାଳି ଦାସ ସବୁଠାରୁ ଧନୀ ବିଧାୟିକା ହୋଇଛନ୍ତି। ଝାରସୁଗୁଡ଼ାର ବିଧାୟିକା ଦୀପାଳିଙ୍କ ସମ୍ପତ୍ତି ୪୦ କୋଟି ଟଙ୍କା ରହିଛି। ପାଟଣାଗଡ ବିଧାୟକ ସରୋଜ ମେହେର ୩୧ କୋଟି ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ସବୁଠୁ କମ ସମ୍ପତ୍ତି ବୋଲି ଉଲ୍ଲେଖ ରହିଛି। ମକରନ୍ଦଙ୍କ ସମ୍ପତ୍ତି ମାତ୍ର ୧୫ ହଜାର ଟଙ୍କା। ରାଜ୍ୟରେ ୧୪୬ ଜଣଙ୍କ ମଧ୍ୟରୁ ୬୫ ପ୍ରତିଶତ ଅର୍ଥାତ ୯୫ ଜଣ ବିଧାୟକ କୋଟିପତି ଥିବା ଜଣାଯାଇଛି। ଏଥିରେ ବିଜେଡିର ୧୧୧ ବିଧାୟକଙ୍କ ମଧ୍ୟରୁ ୭୭ ଜଣ, ବିଜେପିର ୨୨ ବିଧାୟକଙ୍କ ମଧ୍ୟରୁ ୯ ଜଣ, କଂଗ୍ରେସର ୮ ଜଣଙ୍କ ମଧ୍ୟରୁ ୬ ଜଣ ଓ ୪ ଜଣ ସ୍ବାଧୀନ ବିଧାୟକଙ୍କ ମଧ୍ୟରୁ ୩ ଜଣ କୋଟିପତିଙ୍କ ସଂପତ୍ତି କୋଟିଏ ଟଙ୍କାରୁ ଅଧିକ।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ଦିଗପହଣ୍ଡିର ସ୍ବର୍ଗତ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ହୋଇନାହିଁ। ତେଣୁ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ନାହାନ୍ତି। ୧୪୬ ଜଣଙ୍କ ମଧ୍ୟରୁ ୬୫ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ଏଥିରୁ ୪୭ ଜଣ ବିଧାୟକଙ୍କ ନାମରେ ଗୁରୁତର ମାମଲା ସାମିଲ ରହିଛି।

Leave a Reply

Your email address will not be published. Required fields are marked *