ମୁଖ୍ୟ ଖବର

ଲାଲୁଙ୍କୁ ଅଢେଇ ଘଣ୍ଟା ଜେରା କଲା ସିବିଆଇ

ନୂଆଦିଲ୍ଲୀ : ଜମି ବଦଳରେ ଚାକିରି ମାମଲାରେ ମଙ୍ଗଳବାର ସିବିଆଇର ଏକ ଟିମ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପଚରା ଉଚରା କରିଛନ୍ତି । ଲାଲୁଙ୍କ ଦିଲ୍ଲୀ ସ୍ଥିତ ଘରେ ପ୍ରାୟ ଅଢେଇ ଘଣ୍ଟାକାଳ ସିବିଆଇ ପଚରା ଉଚରା କରିଛି । ଏହି ମାମଲାରେ ସୋମବାର ଲାଲୁଙ୍କ ପତ୍ନୀ ରାବ୍ରି ଦେବୀଙ୍କୁ ବି ସିବିଆଇ ପାଟନାରେ ପଚରା ଉଚରା କରିଥିଲା । ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ଚାଲିଥିଲା । ରାଉଜ ଏଭେନ୍ୟୁ କୋର୍ଟ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବାକୁ ସମନ ଜାରି କରିଥିଲେ ।

ସୂଚନାଯୋଗ, ସିବିଆଇ ଏହି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ପାଟନା ସ୍ଥିତ ତାଙ୍କ ଘରେ ସୋମବାର ପଚରା ଉଚରା କରିଥିଲା । ଏହାକୁ ନେଇ ସିବିଆଇର ଅଧିକାରୀମାନେ କହିଛନ୍ତି ରାବ୍ରୀଙ୍କ ଘରର କୌଣସି ତଲାସି ନିଆଯାଇ ନାହିଁ ଅବା ଚଢାଉ କରାଯାଇ ନାହିଁ । ଅଧିକାରୀମାନେ କହିଛନ୍ତି ରାବ୍ରୀ ଦେବୀଙ୍କୁ ନୋଟିସ ଜାରି କରାଯାଇଥିଲା । ଏହାପରେ ସେ ସୋମବାର ଉପସ୍ଥିତ ରହିବେ ବୋଲି କହିଥିଲେ । ଆଉ ଯାଞ୍ଚ ଏଜେନ୍ସି ତାଙ୍କୁ ପଚରା ଉଚରା କରିବାକୁ ପାଟନା ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *