ରାଜନୀତି

ଓଡିଶାରେ ନିର୍ବାଚନ ମୈଦାନକୁ ଓଲ୍ଲାହିଲା ନ୍ୟାସନାଲ ଆପନୀ ପାଟି

ଭୁବନେଶ୍ୱର : ଓଡିଶାରେ ଆଗାମୀ ନିର୍ବାଚନ ରେ ସମସ୍ତ ବିଧାନସଭା ଓ ଲୋକସଭା ଆସନ ରେ ନ୍ୟାସନାଲ ଆପନୀ ପାର୍ଟି ପ୍ରାଥୀ ଦେବ ବୋଲି ଘୋଷଣା କରିଛି l ଭୁବନେଶ୍ୱର ନିକଟସ୍ଥ ଏକ ହୋଟେଲ ରେ ଆୟୋଜିତ ସାମ୍ବାଦିକ ସମିଳନୀ ରେ ରାଷ୍ଟ୍ରୀୟ ସଭାପତି ଭଗତ ସିଂ, ସମ୍ପାଦକ ଲକ୍ଷ୍ମଣ ସିଂ ସୋନି,ରାଜ୍ୟ ସମ୍ପାଦକ ବିକାଶ ପୁହାଣ,ରାଜ୍ୟ ସାହସମ୍ପଦ ଲକ୍ଷ୍ମୀଧର ପ୍ରଧାନ ଓ ଓଡିଶା ରାଜ୍ୟ ସଭାପତି ସ୍ୱାଧୀନ କୁମାର ରାୟ କହିଛନ୍ତି ଯେ ଓଡିଶା ପରି ଖଣିଜ ସମ୍ପଦରେ ପରିପୂର୍ଣ ଥିଲେ ମଧ୍ୟ୍ୟ ରାଜ୍ୟରେ ଗରିବ ହାର ବଢ଼ିବା ସହିତ କାମ ଧନ୍ଦା ନ ପାଇଁ ଲୋକ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି l ଓଡିଶା ରେ ରାଜନୈତିକ ପରିବର୍ତନ ହେଲେ ରାଜ୍ୟର ବିକାଶ ହେବ l ତେଣୁ ରାଜ୍ୟରେ ବିକଳ୍ପ ଦଳ ଭାବରେ ନିର୍ବାଚନ ମୈଦାନକୁ ନ୍ୟାସନାଲ ଆପନୀ ପାଟି ଆସିଛି l ଓଡ଼ିଆ ଭାଷା, ସଂସ୍କୃତିକୁ ଆଗକୁ ନେଇ ରାଜ୍ୟର ସାମଗ୍ରୀକ ବିକାଶ କରିବା, ସମସ୍ତ ଜମିକୁ ଜଳ ଯୋଗାଇବା, କୃଷି ଋଣ ଛାଡ଼ କରି ଚାଷୀଙ୍କୁ ପେନସନ ଦେବା ଦଳର ମୁଖ୍ୟ ଲକ୍ଷ ବୋଲି ଇସ୍ତାହାର ରେ କୁହାଯାଇଛି l ଏପରିକି କ୍ଷମତାକୁ ଆସିଲେ ସବୁ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ୩୦o ୟୁନିଟ ପର୍ଯ୍ୟନ୍ତ ଟିକସ ଛାଡ଼ ସହିତ ଓଡ଼ିଆ ଠିକାଦାର ମାନଙ୍କୁ ସରକାରୀ ନିର୍ମାଣ କାର୍ଯ୍ୟରେ ଏହି ଦଳ ଅଗ୍ରାଧିକାର ଦେବ ବୋଲି ରାଜ୍ୟ ସଭାପତି ଶ୍ରୀ ରାୟ କହିଛନ୍ତି l ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଅନେକ ସୁବିଧା ଲୋକ ମାନଙ୍କୁ ଯୋଗାଇଦେବ ନ୍ୟାସନାଲ ଆପନୀ ପାଟି ବୋଲି ଘୋଷଣା କରାଯାଇଛି l ଏହି ଅବସରରେ ଜଗତସିଂହପୁର ଓ କଳାହାଣ୍ଡି ଲୋକସଭା ଆସନ ରେ ଅମୁଲ୍ୟ ମଲିକ,ବୀରେନ୍ଦ୍ର ଓରାମ ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ କୁହାଯାଇଛି l ସାରସକଣା,ଜୁନାଗଡ଼, ଉଦଳା, ନର୍ଲା,ଟିର୍ତ୍ତୋଲ, ଉତ୍ତର ଭୁବନେଶ୍ୱର, ବାରିପଦା, ବୌଦ୍ଧ ବିଧାନସଭା ର ପ୍ରାଥୀଙ୍କ ନାମ ମଧ୍ୟ୍ୟ ଘୋଷଣା କରାଯାଇଛି l ଓଡିଶା ର ଭୋଟର ମାନେ ଦୁର୍ନୀତି, ଭ୍ରଷ୍ଟାଚାର ସରକାର କୁ ହଟାଇ ନ୍ୟାସନାଲ ଆପନୀ ପାଟି ର ପ୍ରାଥୀମାନଙ୍କୁ ଭୋଟ ଦେବାକୁ ସଭାପତି ନିବେଦନ କରିଥିଲେ l

Leave a Reply

Your email address will not be published. Required fields are marked *