ମୁଖ୍ୟ ଖବର

ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ଭୁବନେଶ୍ବର: ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏନେଇ ନେଇ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସମ୍ବିତ କହିଛନ୍ତି ଯେ, ସକାଳ ଅପେକ୍ଷା ସ୍ଥିତି ବର୍ତ୍ତମାନ ଭଲ ଅଛି। ଡାକ୍ତରମାନେ ଚେଷ୍ଟା ଜାରି ରଖିଛନ୍ତି। ଡାକ୍ତରମାନଙ୍କ ସହ ଆଲୋଚନା କରିଛୁ। ମେଡ଼ିସିନ ଡୋଜ କମା ଯାଇଛି। ସ୍ବାସ୍ଥ୍ୟାବସ୍ଥା ଭଲ ଆସୁଛି।ସମ୍ବିତ କହିଛନ୍ତି, ଗତ ୧୮ ତାରିଖରୁ ଦାମ ରାଉତଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ହୃଦଘାତ ପରେ ଦାମୋଦର ଗୁରୁତର ହୋଇପଡିଥିଲେ। ଉଲ୍ଲେଖ ଥାଉ କି ତିନିମାସ ତଳେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଅସୁସ୍ଥ ହୋଇପଡିଥିଲେ। ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *