ଦେଶ- ବିଦେଶମୁଖ୍ୟ ଖବର

ଇସ୍ତଫା ଦେବେ ନାହିଁ ଅରବିନ୍ଦ କେଜ୍ରିଓ୍ବାଲ, ଜେଲରୁ କାର୍ଯ୍ୟ କରିବେ : ଆପ୍

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ର ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଚଢ଼ାଉ କରି ବିଳମ୍ବିତ ସନ୍ଧ୍ୟାରେ ତାଙ୍କୁ ଗିରଫ କରିଛି। କେଜ୍ରିଓ୍ବାଲ ଗିରଫ ହେବା ପରେ ଆପ ପକ୍ଷରୁ କୁହାଯାଇଛି ଯେ ସେ ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ଏବଂ ଜେଲରୁ ନିଜର କର୍ତ୍ତବ୍ୟ ନିର୍ବାହ ଜାରି ରଖିବେ।ଆପ୍ ନେତା ନେତା ଅତିସୀ ମାର୍ଲେନା କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ରହିବେ। ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁ ନାହିଁ ।

ଏକ୍ସରେ ଅତିସୀ ଲେଖିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଇଡି ଦ୍ୱାରା ରଦ୍ଦ କରିବା ପାଇଁ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ । ଆଜି ରାତିରେ ସୁପ୍ରିମକୋର୍ଟରେ ତୁରନ୍ତ ଶୁଣାଣି କରିବାକୁ ଆମେ ଦାବି କରିଛୁ।

୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ପ୍ରଣୟନ ଓ କାର୍ଯ୍ୟକାରିତାରେ ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗ ହୋଇଛି। ପରେ ଏହି ନୀତିକୁ ରଦ୍ଦ କରାଯାଇଥିଲା। ଆପ୍ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହ ଏହି ମାମଲାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Leave a Reply

Your email address will not be published. Required fields are marked *