ଦେଶ- ବିଦେଶ

ନାଗାଲାଣ୍ଡରରେ ପ୍ରଥମ ମହିଳା ମନ୍ତ୍ରୀ

କୋହିମା : ନାଗାଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ବିଧାୟକ ସାଲହୁଟୁନୁ କ୍ରୁସେ ମଙ୍ଗଳବାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେସେ ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନିଫି ରିଓ ସିଏମ ଭାବେ ଶପଥ ଗ୍ରହଣ କରିଥିଲେ। ରିଓଙ୍କ ସହିତ ତାଡିଟୁଇ ରଙ୍ଗକାଉ ଜେଲିଆଙ୍ଗ ଏବଂ ୟାନଥୁଙ୍ଗୋ ପାଟନ ଉପମୁଖ୍ୟମନ୍ତ୍ରୀସିଏମ ଭାବରେ ଶପଥ ଗ୍ରହଣ କରିଥିଲେ। ଏଥିସହିତ ଅନ୍ୟ ୯ ଜଣ ବିଧାୟକଙ୍କୁ ଶପଥ ପାଠ କରାଯାଇଥିଲା।

ନାଗାଲାଣ୍ଡ ବିଧାନସଭା ର୍ନିବାଚନରେ ଇତିହାସ ସୃଷ୍ଟି କରି ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀମାନେ ବିଧାନସଭା ନିର୍ବାଚନରେ ଜିତିଛନ୍ତି। ପଶ୍ଚିମ ଅଙ୍ଗାମି ଆସନରୁ ଏନଡିପିପି ଏବଂ ଭାଜପା ସହଯୋଗୀ ପ୍ରାର୍ଥୀ ସାଲହୁଟୁନୁ କ୍ରୁସ ଜିତିଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ କେନେଜାଖୋ ନାକ୍ରୋଙ୍କୁ ପରାସ୍ତ କରିଥିଲେ। ସାଲହୁଟୁନୁ କ୍ରୁସେ ନାଗାଲାଣ୍ଡର ଦ୍ୱିତୀୟ ମହିଳା ବିଧାୟକ।

ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସାଲହୋଟୁନୁ କ୍ରୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଥମ ଥର ପାଇଁ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଦୁଇଜଣ ମହିଳା ସାଲହୋଟୁନୁ କ୍ରୁସ ଏବଂ ହେକାନି ଜାଖାଲୁ ଜିତିଛନ୍ତି।

Leave a Reply

Your email address will not be published. Required fields are marked *