ଦେଶ- ବିଦେଶ

ମସ୍କୋରେ ଆତଙ୍କବାଦୀ ଆକ୍ରମଣ, ୪୦ ମୃତ

ମସ୍କୋ: ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ଆଜି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁଳିବର୍ଷା ଓ ବୋମାମାଡ଼ରେ ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ମିଳିଛି। ଏଥିରେ ଶତାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ହଲ୍‌ରେ ନିଆଁ ଲାଗିଥିବାରୁ ସାଂଘାତିକ ସ୍ଥିତି ଉପୁଜିଛି। ନିଆଁ ଘେରରୁ ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଚାଲିଛି। ଆଜି ଅପରାହ୍‌ଣରେ ୫ ଜଣ ଜଣ ମୁଖାଧାରୀ ବ୍ୟକ୍ତି ହଲ୍‌ ଭିତରକୁ ପଶି ଲୋକଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲେ। ସଙ୍ଗୀତ ସମାରୋହ ପାଇଁ ପ୍ରସିଦ୍ଧି ଲାଭ କରିଥବା ଏହି ହଲ୍‌ରେ ଏଭଳି ହିଂସା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନିକଟରେ ଏକ ସପିଂମଲ୍‌ ରହିଛି। ପୁଣି ସଂଧ୍ୟା ସମୟ ହୋଇଥିବାରୁ ଲୋକଙ୍କ ଭିଡ଼ ଅଧିକ ରହିଥିଲା। ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍‌ରେ ପ୍ରକାଶିତ ଖବର ଅନୁସାରେ ଗୁଳିମାଡ଼ରେ ୪୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଗୁଳିକାଣ୍ଡ ପରେ ବିସ୍ଫୋରଣ ଯୋଗୁଁ ସ୍ଥିତି ଜଟିଳ ହୋଇଛି ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ ବିଳମ୍ବିତ ହେଉଛି। ୫୦ଟି ୍ରାମ୍ବୁଲାନ୍ସକୁ ଘଟଣାସ୍ଥଳକୁ ପଠାଯାଇଛି। ସମଗ୍ର ଅଞ୍ଚଳକୁ ରୁଷର ଦଙ୍ଗାନିରୋଧୀ ପୁଲିସ କର୍ଡନ କରି ରଖିଛନ୍ତି। ଏହି ଆକ୍ରମଣ ପଛରେ ୟୁକ୍ରେନୀୟ ଆତଙ୍କବାଦୀଙ୍କ ହାତ ଥିବାର ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *