ଖେଳ

ଲକ୍ଷ୍ନୌକୁ ହରାଇ ରାଜସ୍ଥାନର ବିଜୟ ଅଭିଯାନ ଆରମ୍ଭ

ଜୟପୁର,: ସୱାଇ ମାନସିଂହ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୪ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୨୦ ରନ୍‌ରେ ପରାସ୍ତ କରିଛି। ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୩ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଲକ୍ଷ୍ନୌର ନିକୋଲାସ ପୁରନ ସର୍ବାଧିକ ୬୪ ରନ୍‌ କରି ଅପରାଜିତ ରହିଥିଲେ। ସେ ୪୧ଟି ବଲ ଖେଳି ୪ ଉଚକା ଏବଂ ୪ଟି ଛକା ମାରିଥିଲେ। ଅଧିନାୟକ କେଏଲ୍‌ ରାହୁଲ ୪୪ଟି ବଲ ଖେଳି ୪ ଉଚକା ଓ ୨ ଛକା ବଳରେ ୫୮ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଦୀପକ ଚାହର ୧୩ ବଲ୍‌ ଖେଳି ୨ଚଉକା ଏବଂ ୨ ଟି ଛକା ସହାୟତାରେ ୨୬ ରନ୍‌ କରିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ବେଶ୍‌ ଉତ୍ସହ ଜନକ ନ ଥିଲା। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨ଟି ଉଇକେଟ ଅକ୍ତିଆର କରିଥିବା ବେଳେ ନନ୍ଦ୍ରେ ବୁରଗେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ ଏବଂ ସନ୍ଦୀପ ଶର୍ମା ପ୍ରମୁଖ ଗୋଟିଏ ଲେଖାଏଁ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

ଅଧିନାୟକ ସଞ୍ଜୁ ସାମସନଙ୍କ ଅପରାଜିତ ୮୨ ରନ୍‌ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୩ ରନ୍‌ ସଂଗ୍ରହ କରିଥିଲା। ଫଳରେ ଲକ୍ଷ୍ନୌ ଆଗରେ ୧୯୪ ରନ୍‌ର ବିଜୟ ଟାର୍ଗେଟ୍‌ ରହିଥିଲା। ହେଲେ ଲକ୍ଷ୍ନୌ ୨୦ ଓଭରରେ ୬ ଉଇକେଟ ହରାଇ ୧୭୩ ରନ୍‌ କରିଥିଲା।

Leave a Reply

Your email address will not be published. Required fields are marked *