ମୁଖ୍ୟ ଖବର

ବିଲ୍‌ଡିଂରେ ବିସ୍ଫୋରଣ; ୧୪ ମୃତ

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ୭ ମହଲା କୋଠାରେ ମଙ୍ଗଳବାର ଅପରାହ୍ଣରେ ବିସ୍ଫୋରଣ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

ରିପୋର୍ଟରୁ ପ୍ରକାଶ, ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪ଟା ୫୦ରେ ହୋଇଥିବା ଏହି ବିସ୍ଫୋରଣ ପରେ ଅନେକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। ତେବେ ବିସ୍ଫୋରଣର କାରଣ ଅଦ୍ୟାବଧି ଜଣାପଡ଼ିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, କୋଠାର ବେସମେଣ୍ଟରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ରାପିଡ୍‌ ଆକ୍ସନ ବାଟାଲିୟନର ବୋମା ନିଷ୍କ୍ରିୟକାରୀ ୟୁନିଟ୍‌ ଘଟଣାସ୍ଥଳକୁ ଯାଇ କୋଠାଗୁଡ଼ିକର ଯାଞ୍ଚ କରୁଛି।

ଆହତମାନଙ୍କୁ ଚିକିତ୍ସା ପାଇଁ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଡିଏମସିଏଚ୍‌ ପୁଲିସ ଫାଣ୍ଡି ଇନସସ୍ପେକ୍ଟର ବାଚୁ ମିଆ କହିଛନ୍ତି। ସମସ୍ତ ଆହତ ହସ୍ପିଟାଲର ଜରୁରୀକାଳୀନ ୟୁନିଟରେ ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି।

ବିଲ୍‌ଡିଂର ତଳ ମହଲାରେ ସାନିଟାରି ପ୍ରଡକ୍ଟର ଅନେକ ଷ୍ଟୋର ରହିଥିଲା ଏବଂ ଏହା ନିକଟବର୍ତ୍ତୀ କୋଠାରେ ବ୍ରାକ୍‌ ବ୍ୟାଙ୍କର ଏକ ଶାଖା ଅବସ୍ଥିତ ଥିଲା। ଏହି ବିସ୍ଫୋରଣ ଫଳରେ ବ୍ୟାଙ୍କର ସମସ୍ତ କାଚ ଝରକା ଭାଙ୍ଗି ଯାଇଛି।

Leave a Reply

Your email address will not be published. Required fields are marked *