ଦେଶ- ବିଦେଶ

ଜାତୀୟ ରାଜପଥରେ ଭୂସ୍ଖଳନ, ଜଣେ ମୃତ

ଶ୍ରୀନଗର : ଜମ୍ମୁ ଓ କଶ୍ମୂରର ରାମବନ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ମଙ୍ଗଳବାର ଭୂସ୍ଖଳନ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବନ୍ଦ ରହିଛି ।

୨୭୦ କିଲୋମିଟର ରାଜପଥରେ ରାମବନ ସହର ନିକଟ ସେରି ଗାଁ ନିକଟରେ ଏକ ଭୀଷଣ ଭୂସ୍ଖଳନ ଘଟି ୭ ଜଣ ଆହତ ହୋଇଥିବା ବରିଷ୍ଠ ଆରକ୍ଷୀ ଅଧୀକ୍ଷକ (ରାମବନ) ମୋହିତା ଶର୍ମା ସୂଚନା ଦେଇଛନ୍ତି। ଆହତଙ୍କ ମଧ୍ୟରୁ ସୁରଜିତ ସିଂହଙ୍କ ମୃତ୍ୟୁ ଘଟିଛି ବୋଲି ଶର୍ମା କହିଛନ୍ତି। ଅନ୍ୟ ଆହତମାନେ ହେଲେ ମହମ୍ମଦ ତାଜ୍, ହାମିଦ ରୁବିନା ବେଗମ୍, ସକିନା ବେଗମ୍, ସଲମା ବାନି ଓ ଆମିର। ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି। ଭୂସ୍ଖଳନରେ ୨ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଭୂସ୍ଖଳନ ଫଳରେ ୨ଟି କାର ଓ ଏକ ନିର୍ମାଣ କମ୍ପାନିର ଏକ ଏକ୍ସାଭେଟର ପୋତି ହୋଇଯାଇଛି ।

ଜମ୍ମୁ ଓ କଶ୍ମୀରର ଏସଏସପି (ଟ୍ରାଫିକ) ମୋହିତା ଶର୍ମା କହିଛନ୍ତି ଯେ ଏବେ ବି ମାଟି ଓ ପଥର ଖସିବା ଜାରି ରହିଛି । ଏହା ସତ୍ତ୍ବେ ଉଦ୍ଧାର କାମ ଜାରି ରହିଛି ।

Leave a Reply

Your email address will not be published. Required fields are marked *