ରାଜନୀତି

ବାପାଙ୍କ ଚରିତ୍ର ଉପରେ କୌଣସି ଆପତ୍ତିଜନକ ଟିପ୍ପଣୀ ଦିଅନି : ଦୀପାଳି ଦାସ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ ଉପରେ ଦୀପାଳି ଦାସ ମୁହଁ ଖୋଲିଛନ୍ତି। ନବ ଦାସଙ୍କ ଝିଅ ଦୀପାଳି କହିଛନ୍ତି, ନରସିଂହ ମିଶ୍ର ବାପାଙ୍କ ଚରିତ୍ର ଉପରେ କୌଣସି ଆପତ୍ତିଜନକ ଟିପ୍ପଣୀ ନ ଦିଅନ୍ତୁ। ଆପଣ ଜଣେ କଂଗ୍ରେସର ବରିଷ୍ଠ ନେତା ହୋଇଥିବା ବେଳେ ମୋ ବାପାଙ୍କ ସହିତ ଦୀର୍ଘ ଦିନର ସମ୍ପର୍କ ରହିଛି। ତେବେ ଏଭଳି ବୟାନ ଦେଇ ନବ ଦାସଙ୍କ ଚରିତ୍ରକୁ ବଦନାମ କରାଯାଉଛି ବୋଲି କହିଛନ୍ତି ଦୀପାଳି। ଏହିଭଳି ବୟାନ ଦିଆଯିବା ଦ୍ବାରା ମୁଁ ଓ ପରିବାର ଗଭୀର ଆଘାତ ପାଉଛୁ। ‌ମୋତେ ଓ ମୋ ପରିବାରକୁ ଆଘାତ ନ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ନରସିଂହ ମିଶ୍ର ବିସ୍ଫୋରକ ବୟାନ ଦେବା ସହ କହିଥିଲେ ଯେ, ମୋ ପାଖରେ ଯାହା ତଥ୍ୟ ଅଛି, ଗୋପାଳ ଦାସ ଝିଆରୀକୁ ନେଇ ନବବାବୁଙ୍କ ପାଖକୁ ଯାଉଥିଲେ। ସେତେବେଳ କ’ଣ ଅଘଟଣ ନ ଘଟିଥାଇ ପାରେ ବୋଲି କିଏ କହିବ? ନବବାବୁଙ୍କ ନାମରେ ପୂର୍ବରୁ ଅନେକ କଥା ଶୁଣିବାକୁ ମିଳିଛି। ଦେହାନ୍ତ ପରେ ଏହା କହିବା ଉଚିତ ହେବ ନାହିଁ। ଏଥିପାଇଁ ନବଙ୍କୁ ହତ୍ୟା କରିବା ପାଇଁ ପରିବାର ଲୋକେ ଷଡଯନ୍ତ୍ର କରିଥାଇ ପାରନ୍ତି । ଗୋପାଳର ଝିଆରୀକୁ ପଚାରଉଚୁରା କଲେ ସ୍ପଷ୍ଟ ଜଣାପଡ଼ିବ।

ଶ୍ରୀ ମିଶ୍ର କହିଥିଲେ, କଂଗ୍ରେସ୍‌ର ବରିଷ୍ଠ ନେତା ଶ୍ରୀ ମିଶ୍ର କହିଛନ୍ତି ଗୋପାଳ ଦାସ ପାଗଳ ନ ଥିଲା ବୋଲି ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ପରେ ସ୍ପଷ୍ଟ ହୋଇ ସାରିଛି।  କୋର୍ଟ ମଧ୍ୟ ଏ ରିପୋର୍ଟକୁ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଯାହା ନିଜେ ଅଭିଯୁକ୍ତ ପ୍ରମାଣ କରିବା କଥା, ତାହା ସରକାର କାହିଁକି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ସନ୍ଦେହ ହେଉଛି ଦଣ୍ଡ ଦେବା ପରିବର୍ତ୍ତେ ମୁଦାଲାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବ୍ୟଗ୍ର। କ୍ରାଇମବ୍ରାଞ୍ଚ ଏଥିପାଇଁ ପ୍ରସ୍ତୁତି କରୁଛି। ସେଭଳି ଚରିତ୍ରର ଲୋକ ତାଙ୍କ ଦଳରେ ଥିଲେ ଦଳ ବଦନାମ ହେବ। ଦଳ ସେଇଥି ପାଇଁ ପାଗଳ ବୋଲି ପ୍ରମାଣିତ କରିବାକୁ ଦଳ ଚେଷ୍ଠା କରୁଛି।

Leave a Reply

Your email address will not be published. Required fields are marked *