ରାଜ୍ୟ

ପୂର୍ତ୍ତ ବିଭାଗର ପୁରୀ ଡିଭିଜନର କୋଣାର୍କ ଜେଇ ଡକାୟତ ଦିଲୀପ ବିଶ୍ୱାଳ କୁ ଗିରଫ କରିବା ପାଇଁ ଦାବି

ଭୁବନେଶ୍ୱର : ପୂର୍ତ୍ତ ବିଭାଗ ରେ ଦୁର୍ନୀତି ବିଲୋପ କରିବାକୁ ବିଭାଗର ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀ ସର୍ବଦା କାର୍ଯ୍ୟ କରୁଥିବା ବେଳେ ପୁରୀ ଡିଭିଜନ ର କୋଣାର୍କରେ ଡକାୟତ ଜେଇ ଦିଲୀପ ବିଶ୍ୱାଳ ଦୁର୍ନୀତି ରେ ବୁଡ଼ି ବିଭାଗକୁ ବଦନାମ କରୁଥିବା ଜଣାପଡୁଛି l ଜେଇ ଦିଲୀପ ବିଶ୍ୱାଳ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ସରକାରୀ ରାଜକୋଷ ଲୁଟୁଛନ୍ତି l କାମ ନ କରି ମିଥ୍ୟା ବିଲ କରୁଥିବା ଡାକୟତ ଯନ୍ତ୍ରୀ ବିଶ୍ୱାଳ ବାବୁଙ୍କୁ ଡିଭିଜନ ଅଫିସର ଏସଡିଓ ସହଯୋଗ କରୁଥିବାର ଜଣାପଡିଛି l ଲୋକସେବା ଭବନ ରେ ଜଣେ ଯୁଗ୍ମ ସଚିବ ସହିତ ଡକାୟତ ଜେଇ ବିଶ୍ୱାଳ ର ଭଲ ସମ୍ପର୍କ ବୋଲି ଖୋଦ ଜେଇ କହିବୁଲୁଛନ୍ତି l ପୁରୀ ଡିଭିଜନ ରେ ଥିବା ଲୁଟେରା ଅଧିକ୍ଷଣ ଯନ୍ତ୍ରୀ ରଶ୍ମୀ ସାହୁ ଙ୍କୁ ମୋଟା ଅଙ୍କର ପିସି ଦେଇ ସୁନାପୁଅ ଡାକୟତ ଯନ୍ତ୍ରୀ ଦିଲୀପ ବିଶ୍ୱାଳ ପାଲଟି ଛନ୍ତି ବୋଲି କୋଣାର୍କ ରେ ଚର୍ଚ୍ଚା ହେଉଛି l କୋଣାର୍କ ସମୁଦ୍ର କୂଳରେ ରାସ୍ତା ମରାମତି ନାମରେ ଜେଇ ବିଶ୍ୱାଳ ୨ କୋଟି ଟଙ୍କା ଆତ୍ମସାତ କରିଛନ୍ତି ବୋଲି ଜଣେ ଠିକାଦାର ପ୍ରକାଶ କରିଛନ୍ତି l ଡାକୟତ ଜେଇ କଳା ଟଙ୍କାରେ ଭୁବନେଶ୍ୱରରେ ୪ ଟି ପ୍ଲଟ ଓ ବହୁ ମୂଲ୍ୟ ଟଙ୍କା ର ୨ଟି ଆଖିଖୋସି ହୋଇଯିବା ଭଳି ଘର ନିର୍ମାଣ କରିବା ସହିତ ପୈତୃକ ଗ୍ରାମରେ ବିଳାସ ପୂର୍ଣ୍ଣ ଘର ଓ ଦଶ ଏକର ଜମି କିଣି ଥିବାର ତଥ୍ୟ ହସ୍ତଗତ ହୋଇଛି l ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ହେଲେ ଆହୁରି କୋଟିକୋଟି ଟଙ୍କାର ବେନାମୀ ସମ୍ପତ୍ତି ଡକାୟତ ଜେଇ ବିଶ୍ୱାଳ ର ବାହାରିବ ବୋଲି ଚର୍ଚ୍ଚା ହେଉଛି l ସରକାରୀ ଅର୍ଥ ଲୁଟେରା ଜେଇ ବିଶ୍ୱାଳ ଙ୍କୁ ଗିରଫ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l କୋଣାର୍କ ରେ ଦୁର୍ନୀତି କରୁଥିବା ଡକାୟତ ଜେଇ ବିଶ୍ୱାଳ ଙ୍କ ବିଷୟରେ ଆହୁରି ଲୋମ ଟାଙ୍କୁରା ତଥ୍ୟ ହସ୍ତଗତ ହୋଇଛି ତାହା କୁ ଆଗାମୀ ସଂସ୍କରଣ ରେ ପ୍ରକାଶ କରାଯିବ l

Leave a Reply

Your email address will not be published. Required fields are marked *