ଦେଶ- ବିଦେଶ

ହାଓ୍ବାଲା ନେଟଓ୍ବାର୍କର ପର୍ଦ୍ଦାଫାସ : ୮ ଗିରଫ

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ସାରା ଦେଶରେ ହାୱାଲା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି  । ଏହା ଦ୍ୱାରା କେରଳ, କର୍ଣ୍ଣାଟକ, ବିହାର ସମେତ ଅନେକ ରାଜ୍ୟରେ ପିଏଫଆଇ ଦ୍ୱାରା ପଠାଯାଉଥିବା ପାଣ୍ଠି ଠାବ ଏବଂ ଟ୍ରାକିଂ କରାଯାଇଛି । ଏହା ସହିତ ବିହାରର ଫୁଲୱାରୀ ସରିଫ ପିଏଫଆଇ ମାମଲାରେ ହାୱାଲା ବ୍ୟବସାୟୀଙ୍କ ଏକ ବିଶାଳ ନେଟୱାର୍କ ପଦାକୁ ଆସିଛି । ବିହାର ଏବଂ କର୍ଣ୍ଣାଟକରୁ କାର୍ଯ୍ୟକରୁଥିବା ପିଏଫଆଇ ପାଣ୍ଠି ବା ହାଓ୍ଵାଲା ମଡ୍ୟୁଲ କାସରଗୋଡ, କେରଳ ଏବଂ କର୍ଣ୍ଣାଟକର ଦକ୍ଷିଣ କନ୍ନଡରୁ ୫ ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଫୁଲୱାରୀ ସରିଫ ଏବଂ ମୋତିହାରୀରେ ପିଏଫଆଇ କ୍ୟାଡରମାନେ ବିହାରରେ ପିଏଫଆଇର କାର୍ଯ୍ୟକଳାପକୁ ଗୁପ୍ତ ଢଙ୍ଗରେ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ନିକଟରେ ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା କରିବା ପାଇଁ ବନ୍ଧୁକ ଓ ଗୋଳାବାରୁଦର ବ୍ୟବସ୍ଥା କରାଯାଇଥିଲା। ଗତ ଫେବ୍ରୁଆରି ୫ ତାରିଖରେ ମଡ୍ୟୁଲର ୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲା ।

ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବିଦେଶରୁ ଆସୁଥିବା ପାଣ୍ଠିକୁ ଦେଶର ବିଭିନ୍ନ ସ୍ଥାନରେ ଥିବା ପିଏଫଆଇ ନେତା ଓ କ୍ୟାଡରମାନଙ୍କ ନିକଟରୁ ପହଞ୍ଚାଇବାକୁ ଏହି ୫ ଜଣ ବ୍ୟକ୍ତି କାର୍ଯ୍ୟ କରୁଥିଲେ ।

ପୂର୍ବରୁ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ବର୍ଷ ଜୁଲାଇ ମାସରେ ସେମାନେ ପାଟନାର ଫୁଲୱାରିଶରିଫ ଅଞ୍ଚଳରେ ଆତଙ୍କବାଦୀ ଓ ହିଂସାକାଣ୍ଡର ପ୍ରଶିକ୍ଷଣ ଏବଂ କାର୍ଯ୍ୟକଳାପ ପାଇଁ ଏକାଠି ହୋଇଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *