ଅପରାଧ

କଥା ହେବା ବାହାନାରେ ଅଲଗା ରୁମ୍‌କୁ ନେଇ ପତ୍ନୀଙ୍କୁ ହତ୍ୟା

ଗାଜିଆବାଦ୍‌: ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ନିଜ ପତ୍ନୀଙ୍କ ସହ କଥା ହେବା ବାହାନାରେ ତାଙ୍କୁ ଅଲଗା ଏକ ରୁମ୍‌ ନେଇ ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଘଟାଇ ଅଭିଯୁକ୍ତ ଫେରାର୍‌ ହୋଇ ଯାଇଥିବା ବେଳେ ପରିବାର ଲୋକ ତୁରନ୍ତ ପୁଲିସ୍‌ରେ ଖବର ଦେଇଥିଲେ। ଖବର ପାଇଁ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ମୃତ‌େଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସାରିଛି।

ସହରର କୋତବାଲି ଥାନାର ଆର୍ଯ୍ୟନଗର ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଯୁବତୀଙ୍କ ନାମ ବଂଶିକା କଶ୍ୟପ। ୨ ବର୍ଷ ତଳେ ଗାଜିଆବାଦ୍‌ର ବିଜୟ ନଗର ଅଞ୍ଚଳରେ ତାଙ୍କର ବିବାହ ହୋଇଥିଲା। ହେଲେ ବିବାହର ୬ ମାସ ମଧ୍ୟରେ ହିଁ ପତି-ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା।

ଯେଉଁ କାରଣରୁ ସ୍ବାମୀଙ୍କୁ ଛାଡ଼ି ଯାଇ ବାପଘରେ ରହୁଥିଲେ ବଂଶିକା। ସ୍ବାମୀ ବଶିଂକାଙ୍କୁ ବୁଝାଇ ଘରକୁ ଫେରାଇ ଆଣିବାକୁ ତାଙ୍କ ଶଶୁରଘରକୁ ଯାଇଥିଲେ। ହେଲେ ବଂଶିକା ସ୍ବାମୀଙ୍କ କଥାରେ ପୁଣି ଥରେ ଶାଶୂଘର ଆସିବାକୁ ରାଜି ହୋଇନଥିଲେ। ତାପରେ ତାଙ୍କ ସ୍ବାମୀ ତାଙ୍କ ସହ ଏକା କଥା ହେବାକୁ ଚାହାନ୍ତି ବୋଲି କହି ଉପରେ ଥିବା ଏକ ନିରୋଳା ରୁମ୍‌କୁ ନେଇ ଯାଇଥିଲେ। ସେଠାରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ରାଗରେ ଆସି ସ୍ବାମୀ ବଂଶିକାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *