ମହାନଗର

ଏକାମ୍ର ଭୁବନେଶ୍ୱରରେ ନୂଆମୁହଁକୁ ନେଇ ଲଢ଼ିବ କଂଗ୍ରେସ?

ଭୁବନେଶ୍ବର: ଏକାମ୍ର ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ କିଏ? ବିଜେଡି ଓ ବିଜେପିକୁ କିଏ ମୁକାବିଲା କରିବ ? ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ୨୦୦୯ ମସିହାରେ ଏକାମ୍ର ନିର୍ବାଚନମଣ୍ଡଳୀ ଗଠନ ହେବା ପରଠାରୁ କଂଗ୍ରେସ ଥରୁଟେ ମଧ୍ୟ ବିଜୟୀ ହୋଇନାହିଁ। ଅପରପକ୍ଷେ ଲଗାତାର ଭାବେ ବିଜେଡି ଏକାମ୍ରକୁ ଦଖଲ କରିଆସିଛି। ୨୦୦୯ ମସିହାରେ କଂଗ୍ରେସ ବିଜୟୀ ବିଜେଡିର ନିକଟତମ ପ୍ରତିଦ୍ବନ୍ଦ୍ବୀ ଥିବା ବେଳେ ୨୦୧୪ ଓ ୨୦୧୯ରେ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦେଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ହୋଇଥିଲା ବିଜେପି। ଏଠାରେ କଂଗ୍ରେସ ଭୋଟ୍‌ ହାର ପ୍ରତି ଥର କମିଚାଲିଛି। ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ‘ପ୍ରଗମନ୍‌’ ଆପ୍‌ରେ ଏକାଧିକ ଟିକେଟ୍‌ ଆଶାୟୀ ନିଜର ନାମ ଦାଖଲ କରିଥିଲେ। କିନ୍ତୁ ୩ ଜଣଙ୍କ ନାମକୁ ନେଇ ଏକାମ୍ର କଂଗ୍ରେସ ଶିବିରରେ ଅଧିକ ଚର୍ଚ୍ଚା ହେଉଥିଲା। ୨୦୧୯ରେ ପ୍ରାର୍ଥୀ ହୋଇଥିବା ରଶ୍ମି ମହାପାତ୍ର ହାରିବା ପରେ ବି ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଥିଲେ। ଏଥର ନିଶ୍ଚୟ ଦଳ ତାଙ୍କୁ ହିଁ ଟିକେଟ୍‌ ଦେବ ବୋଲି ସମର୍ଥକମାନେ କହି ବୁଲୁଥିଲେ। ହେଲେ ହଠାତ୍‌ ୨ ଦିନ ତଳେ ସେ ହାତ ଛାଡ଼ି ପଦ୍ମ ଶିବିରରେ ଯୋଗଦେଇଛନ୍ତିl ଭୁବନେଶ୍ୱର ଜିଲ୍ଲା ରେ କଂଗ୍ରେସ ର ନେତୃତ୍ୱ ଦୁର୍ବଳ ଥିବାରୁ ସଂଗଠନ ଭୁଶୁଡି ପଡିଛି l ଯେଉଁମାନେ ସାଙ୍ଗଠନିକ ପଦବୀରେ ଅଛନ୍ତି ସେମାନେ ଲୋକସମ୍ପର୍କ ଯୋଡିବାରେ ସକ୍ଷମ ନୁହନ୍ତି l ବ୍ୟାନର ପୋଷ୍ଟର ରେ ନେତା ବେଶୀ ଦେଖା ଦେଉଥିବା ବେଳେ ପ୍ରକୁତରେ ଭୋଟରଙ୍କ ପାଖରେ ପହଂଚି ସେମାନଙ୍କୁ କଂଗ୍ରେସ ରେ ଯୋଡିବାରେ ଏହି ଭୁବନେଶ୍ୱର ନେତାମାନେ ସକ୍ଷମ ନୁହଁନ୍ତି ବୋଲି ଜଣାପଡିଛି l ଶ୍ରୀମତୀ ମହାପାତ୍ର ଯିବା ପରେ ଶିଶୁପାଳଗଡ଼ର କଂଗ୍ରେସ ନେତା ପ୍ରଶାନ୍ତ କୁମାର ଚମ୍ପତିଙ୍କ ନାମ ଚର୍ଚ୍ଚା ସର୍ବାଗ୍ରେ ରହିଛି।ଶ୍ରୀ ଚମ୍ପତି ୨୦୧୨ ମସିହାରେ ଶିଶୁପାଳଗଡ଼ର ସମିତି ସଭ୍ୟ ଓ ବର୍ତ୍ତମାନ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା କଂଗ୍ରେସର ଉପ ସଭାପତି ଦାୟିତ୍ବରେ ଅଛନ୍ତି। ଓଡ଼ିଶା ବଞ୍ଚାଅ ଅଭିଯାନ, ଜନସମ୍ପର୍କ ଯାତ୍ରା ଆଦି କଂଗ୍ରେସର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ତତ୍ପରତା ତାଙ୍କ ନାମକୁ ଅଧିକ ଚର୍ଚ୍ଚାକୁ ଟାଣିଛି। ମୁଖ୍ୟତଃ ପଞ୍ଚାୟତ ଅଞ୍ଚଳରେ ନିଜର ଦବ୍‌ଦବା ଜାହିର କରୁଛନ୍ତି ଶ୍ରୀ ଚମ୍ପତି।

Leave a Reply

Your email address will not be published. Required fields are marked *