ଦେଶ- ବିଦେଶ

ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ସୋନିଆ ଗାନ୍ଧୀ, ଅଶ୍ୱିନୀ ବୈଷ୍ଣବଙ୍କ ସମେତ ୧୪ ଜଣ ସଦସ୍ୟ

ନୂଆଦିଲ୍ଲୀ,: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ୧୪ ଜଣ ସଦସ୍ୟ ଗୁରୁବାର ରାଜ୍ୟ ସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ତାଙ୍କୁ ନୂତନ ସଂସଦ ଗୃହରେ ଶପଥ ପାଠ କରାଇଥିଲେ। ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ରାଜସ୍ଥାନରୁ ଉପର ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିବାବେଳେ ବୈଷ୍ଣବ ଓଡ଼ିଶାର ଉପର ଗୃହର ସଦସ୍ୟ ଭାବରେ ଶପଥ ନେଇଛନ୍ତି। ଏଥିସହ ଗୁରୁବାର ରାଜ୍ୟ ସଭାରେ ଶପଥ ଗ୍ରହଣ କରିଥିବା ୧୪ଜଣଙ୍କ ମଧ୍ୟରେ କଂଗ୍ରେସ ନେତା ଅଜୟ ମାକେନ ଏବଂ କର୍ନାଟକର ସୟଦ ନାସିର ହୁସେନ, ଉତ୍ତରପ୍ରଦେଶର ଭାଜପା ନେତା ଆରପିଏନ ସିଂ ଏବଂ ପଶ୍ଚିମବଙ୍ଗର ଭାଜପା ସଦସ୍ୟ ସାମିକ ଭଟ୍ଟାଚାର୍ଯ୍ୟଙ୍କ ମଧ୍ୟରେ ଅନ୍ୟତମ

Leave a Reply

Your email address will not be published. Required fields are marked *