ବାଣିଜ୍ୟ

କମର୍ସିଆଲ ଗ୍ୟାସ ଉପଭୋକ୍ତାଙ୍କୁ ଆଶ୍ବସ୍ତି, ସିଲିଣ୍ଡର ପିଛା କମିଲା ୩୦ ଟଙ୍କା

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ କମିଲା କମର୍ସିଆଲ ସିଲିଣ୍ଡର ଦର । 19 କେଜି କମର୍ସିଆଲ ସିଲିଣ୍ଡର ଦର 30.50 ଟଙ୍କା ହ୍ରାସ ହୋଇଛି । ସେହିପରି 5 କେଜି ଏଫଟିଏଲ ସିଲିଣ୍ଡର ଦର 7.50 ଟଙ୍କା ହ୍ରାସ କରିଛି ତୈଳ ବିପଣନ କମ୍ପାନୀ । ଆଜି ଠାରୁ ଏହି ଦୁଇ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି । ଯାହା ସାଧାରଣ ଲୋକଙ୍କ ଆଶ୍ବସ୍ତି ଦେଇଛି ।ସରକାରୀ ତୈଳ କମ୍ପାନୀ ଗୁଡିକ ଦେଇଥିବା ସୂଚନା ଅନୁଯାୟୀ, ଆଜିଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ 30.50 ଟଙ୍କାକୁ ହ୍ରାସ କରାଯାଇଛି । କେବଳ 19 କିଲୋଗ୍ରାମ ବ୍ୟବସାୟିକ LPG ସିଲିଣ୍ଡରରେ ଏହି ଲାଭ ପାଇ ପାରିବେ ଉପଭୋକ୍ତା । ଦିଲ୍ଲୀରେ 19 କେଜି କମର୍ସିଆଲ ସିଲିଣ୍ଡର ଦର 1764.50 ଟଙ୍କା ରହିଛି । ଏହା ପୂର୍ବରୁ ସିଲିଣ୍ଡର ଦର 1795 ଟଙ୍କା ରହିଥିଲା । ସେହିଭଳି କୋଲକାତାରେ 1,879 ଟଙ୍କା, ମୁମ୍ବାଇରେ 1,717.50 ଟଙ୍କା ଓ ଚେନ୍ନାଇରେ 1,930 ଟଙ୍କାକୁ ଖସି ଆସିଛି କମର୍ସିଆଲ ସିଲିଣ୍ଡର ଦର । ଗତ ମାର୍ଚ୍ଚ 1 ତାରିଖରେ 19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ଦର 25 ଟଙ୍କା 50 ପଇସା ବୃଦ୍ଧି ହୋଇଥିଲା ।

କମର୍ସିଆଲ ସିଲିଣ୍ଡର ନୂଆ ଦର
ଦିଲ୍ଲୀ1764.50 ଟଙ୍କା
କୋଲକାତା1,879 ଟଙ୍କା
ମୁମ୍ବାଇ1,717.50
ଚେନ୍ନାଇ1,930 ଟଙ୍କା

ଏଥର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ସମେତ ଦେଶର ଅନ୍ୟାନ୍ୟ ଛୋଟ ଏବଂ ବଡ ସହରରେ ସମାନ ରହିଛି । 14.2 କେଜି ଘରୋଇ ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ 803 ଟଙ୍କା, କୋଲକାତାରେ 829 ଟଙ୍କା, ମୁମ୍ବାଇରେ 802.50 ଟଙ୍କା ଏବଂ ଚେନ୍ନାଇରେ 818.50 ଟଙ୍କା ରହିଛି । ଗତ ମାର୍ଚ୍ଚ 8ରେ କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 100 ଟଙ୍କା ହ୍ରାସ କରିଥିଲେ।ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ହୋଟେଲ ଓ ଅନ୍ୟ ଛୋଟ ଛୋଟ ହୋଟେଲ ଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ବଢାଇଥାନ୍ତି । କମର୍ସିଆଲ ଗ୍ୟାସ ଦର ହ୍ରାସ ହେବା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ।

Leave a Reply

Your email address will not be published. Required fields are marked *